ସୁସ୍ଥ ହେଲେ ବ୍ରହ୍ମପୁର ମେଡିକାଲରେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ପୀଡିତା

0

ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ଜନୈକା ଡି.ଏମ.ଏଲ.ଟି ଛାତ୍ରୀଙ୍କ ଉପରେ ହୋଇଥିବ ଏସିଡ୍ ଆକ୍ରମଣ ଘଟଣାର ପୀଡିତା ଛାତ୍ରୀ କଟକ  ଏସ୍‌ସିବି ମେଡିକାଲ୍‌ କଲେଜ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି ।

୨୦୧୭ ମସିହା ନଭେମ୍ବର ୧୬ ତାରିଖରେ ଏହି ଘଟଣା ଘଟିଥିଲା । ପୀଡିତାଙ୍କ ଉପରେ ତାଙ୍କ ସ୍ୱାମୀ ଏସିଡ୍‌ ଆକ୍ରମଣ କରିଥିଲେ । ଦୀର୍ଘଦିନ ପରେ ବ୍ରହ୍ମପୁର ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ  ଗିରଫ  କରିଥିଲେ । ଦୁଇ ଜଣଙ୍କ ମଧ୍ୟରେ ଝଗଡା ଲାଗିଥିବାରୁ ତାଙ୍କ ସ୍ୱାମୀ ଏପରି କରଥିବା ପୁଲିସ ନିକଟରେ ପ୍ରକାଶ କରିଥିଲେ ।

Leave A Reply