ସୁଇସ୍‌ କର୍ତ୍ତୃପକ୍ଷଙ୍କଠାରୁ ୧୦ ଦିନରେ ମିଳିବ ତଥ୍ୟ

0

ନୂଆଦିଲ୍ଲୀ :‌ ଖୁବ୍ ଶୀଘ୍ର ଭାରତ ସରକାରଙ୍କୁ କଳା ଟଙ୍କା ସମ୍ପର୍କରେ ତଥ୍ୟ ମିଳିବାକୁ ଯାଉଛି। ସୁଇଜରଲ୍ୟାଣ୍ଡର ସର୍ବୋଚ୍ଚ ଅଦାଲତ ଭାରତ ସରକାରଙ୍କୁ ଏ ନେଇ ତଥ୍ୟ ଦେବାକୁ ନିର୍ଦେଶ ଦେବା ପରେ ଏ ନେଇ ଅାଶା ସଞ୍ଚାର ହୋଇଛି ା ସୁଇସ୍‌ କର୍ତ୍ତୃପକ୍ଷଙ୍କଠାରୁ ଆସନ୍ତା ୧୦ ଦିନ ମଧ୍ୟରେ ସରକାରଙ୍କୁ ଏଚଏସ୍‌ବିସି ଆକାଉଣ୍ଟଧାରୀଙ୍କ ସମ୍ପର୍କରେ ତଥ୍ୟ ମିଳିବାକୁ ଯାଉଥିବା​‌ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି।
ଦେଶରେ କଳା ଟଙ୍କା ନିୟନ୍ତ୍ରଶ କ୍ଷେତ୍ରରେ ସରକାର ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ଯଦିବା ସେଠାରେ ଭାରତୀୟଙ୍କ ଦ୍ବାରା କେତେ ପରିମାଣର କଳା ଟଙ୍କା ଜମା ରହିଛି ସେ ନେଇ କିଛି ସଠିକ୍‌ ଆକଳନ କରାଯାଇପାରିନାହିଁ ତଥାପି ଏଚ୍‌ଏସ୍‌ବିସି ବ୍ୟାଙ୍କରେ ଅଘୋଷିତ ଜମା ରାଶି ଆକାରରେ ପଡିରହିଥିବା ୮୪୪୮ କୋଟି ଟଙ୍କା ଉପରେ ୫୪୪୭ କୋଟି ଟଙ୍କାର ଟିକସ ଦାବି ରହିଥିବା ରାଜ୍ୟସଭାରେ ପ୍ରଶ୍ନକାଳରେ ଉତ୍ତର ରଖି କେନ୍ଦ୍ର ଅର୍ଥ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି। ଏକ ସପ୍ତାହ କିମ୍ବା ୧୦ ଦିନ ମଧ୍ୟରେ ଭାରତ ସରକାରଙ୍କୁ କଳା ଟଙ୍କା ସମ୍ପର୍କରେ ତଥ୍ୟ ଦେବାକୁ ସୁଇଜରଲ୍ୟାଣ୍ଡ ସରକାରଙ୍କୁ ସେଠାକାର ଅଦାଲତ ନିର୍ଦେଶ ଦେଇଛନ୍ତି।​‌ ବିଦେଶୀ ବ୍ୟାଙ୍କରେ ଜମା ହୋଇଥିବା କଳା ଟଙ୍କା ସମ୍ପର୍କରେ ଗୃହରେ ପଚରାଯାଇଥିବା ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଶ୍ରୀ ଗୋୟଲ କହିଲେ, ୨୦୧୦-୧୧, ୨୦୧୧-୧୨ ଏବଂ ୨୦୧୪ର ଏଚ୍‌ଏସ୍‌ବିସି ତାଲିକା ପ୍ରକାଶ କରାଯାଇଛି।​‌ ସରକାର ଏ ସମ୍ପର୍କିତ ତଥ୍ୟ ଆଣିବାକୁ ଚେଷ୍ଟ ଚଳାଇଥିବାବେଳେ ସୁଇସ୍‌ କର୍ତ୍ତୃପକ୍ଷ ଗୋପନୀୟ ତଥ୍ୟ କହି ଏହାକୁ ଏଡାଇ ଦେଇଆସୁଥିଲେ। ଏହି ପ୍ରସଙ୍ଗରେ ଭାରତ ସରକାର ତାଙ୍କର ଜଣେ ରାଜସ୍ବ ସଚିବଙ୍କୁ ସୁଇଜରଲ୍ୟାଣ୍ଡ୍‌ ପଠାଇବା ପରେ ସେଠାରେ ଏକ ଉଚ୍ଚ ସ୍ତରୀୟ ଆଲୋଚନା କରାଯାଇ ତଥ୍ୟ ଦେବା ସମ୍ପର୍କରେ ୨୯୦୧୫ ଅକ୍ଟୋବର ୧୫ରେ ଉଭୟ ପକ୍ଷରୁ ଏହା ଉପରେ ଏକ ଯୁଗ୍ମ ବିବୃତି ଜାରି କରାଯାଇଥିଲା ା ଏହା ପରେ ଉଭୟ ଭାରତ ଏବଂ ସୁଇଜରଳ୍ୟାଣ୍ଡ ପରସ୍ପର ସହ ତଥ୍ୟ ବିନିମୟ କରିବାକୁ ରାଜି ହୋଇଥିଲେ। ଏହାର ଫଳସ୍ବରୂପ ସେବେଠାରୁ ଭାରତକୁ ଏଚ୍‌ଏସ୍‌ବିସିରୁ ତଥ୍ୟ ଉପଲବ୍‌ଧ କରଯାଉଛି।
ଏ ସମ୍ପର୍କରେ ହସ୍ତଗତ ହୋଇଥିବା ତଥ୍ୟାନୁଯାୟୀ, ଏଚ୍‌ଏସ୍‌ବିସି ବ୍ୟାଙ୍କରେ ଅଘୋଷିତ ଜମା ରାଶି ଆକାରରେ ୮୪୪୮ କୋଟି ଟଙ୍କା ପଡିରହିଛି ଯାହା ଉପରେ ୫୪୪୭ କୋଟି ଟଙ୍କାର ଟିକସ ଦାବି ରହିଛି। ଏଥିରୁ ୧୬୪ ମାମଲାରେ ୧୨୯୦ ​‌େକ​‌ାଟି ଟଙ୍କାର ଜୋରିମାନା ଲାଗୁ କରାଯାଇଛି ା ପାନାମା ପେପର୍ସରୁ ମିଳିଥିବା ତଥ୍ୟାନୁଯାୟୀ, ୪୨୬ ଜଣଙ୍କ ସମ୍ପର୍କରେ ତଥ୍ୟ ହାସଲ ହୋଇଥିବାବେଳେ ସମସ୍ତ ମାମଲାରେ ତଦନ୍ତ ଜାରି ରହିଥିବା ସେ କହିଛନ୍ତି। ବତ୍ତର୍ମାନ ଯାଏ ୬୨ଟି ମାମଲାରେ କଡା କାର୍ଯ୍ୟାନୁଷ୍ଟଠାନ ଗ୍ରହଣ କରାଯାଇଥିବାବେଳେ ୫୦ଟିରେ ଜବତ ଏବଂ ୧୨ଟିରେ ସର୍ବେକ୍ଷଣ ପଦକ୍ଷେପ ନିଆଯାଇଥିବା ଶ୍ରୀ ଗୋୟଲ କହିଛନ୍ତି। ଏହି ସବୁ ତଦନ୍ତର ଫଳସ୍ବରୂପ ୧୫୩୨.୮୮କୋଟି ଟଙ୍କାର ବିଦେଶୀ ନିବେଶ ଚିହ୍ନଟ କରାଯାଇଛି। କଳା ଟଙ୍କା କ୍ଷେତ୍ରରେ କାର୍ଯ୍ୟନୁଷ୍ଠାନ ସ୍ବରୂପ ସରକାର କମ୍ପାନୀ ରେଜିଷ୍ଟ୍ରାରଙ୍କ ତାଲିକାରୁ ୨ଲକ୍ଷରୁ ଅଧିକ ଜାଲ୍‌ କମ୍ପାନୀଙ୍କୁ ବାଦ୍‌ ଦେଇଥିବା ସେ କହିଛନ୍ତି।

Leave A Reply