ମହାରାଷ୍ଟ୍ରରେ ସ୍ୱାଇନ୍‍ ଫ୍ଲୁ : ୪୮ ଜଣଙ୍କର ମୃତ୍ୟୁ

0

ମୁମ୍ବଇ : ମହାରାଷ୍ଟ୍ରରେ ସ୍ୱାଇନ୍‍ ଫ୍ଲୁ ବ୍ୟାପିବାରେ ଲାଗିଛି। ଏପର୍ଯ୍ୟନ୍ତ ୨୨୨ ଜଣ ଲୋକ ଏଚ-୧ଏନ-୧ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ଏଥିରେ ୪୮ ଜଣ ଲୋକଙ୍କର ମୃତ୍ୟୁ ଘଟିଲାଣି। ସେମାନଙ୍କ ମଧ୍ୟରୁ କେବଳ ପୁଣେ ଓ ଏହାର ଆଖପାଖ ଅଞ୍ଚଳରୁ ୧୮ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି। ମାସେ ହେବ ବର୍ଷା ଏବଂ ଓଦା ପାଗ ଯୋଗୁ ଏଚ-୧ଏନ-୧ ଭୂତାଣୁ ସଂକ୍ରମଣ ଲାଗି ଅନୁକୂଳ ପରିବେଶ ସୃଷ୍ଟି ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ କହିଛନ୍ତି।

Leave A Reply