ସ୍ୱାତୀ ଅନୁଷ୍ଠାନ ପକ୍ଷରୁ ସ୍ୱୀକୃତି କାର୍ଯ୍ୟକ୍ରମ

ବୌଦ୍ଧ : ବୌଦ୍ଧ ଟାଉନହଲ ଠାରେ କନ୍ଧମାଳ ଜିଲ୍ଲାର ସ୍ୱାତୀ ଅନୁଷ୍ଠାନ ଓ ଜିଲ୍ଲା ସୋସିଆଲ ସିକ୍ୟୁରିଟି ପକ୍ଷରୁ ଜିଲ୍ଲାର କିନ୍ନର ମାନଙ୍କୁ ନେଇ ସ୍ୱୀକୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ ଇଂ ମନୋରଂଜନ ପଣ୍ଡା ଯୋଗଦେଇ ପରିଷଦରେ କିନ୍ନରମାନଙ୍କୁ ନିଜ ନିଜ ଯୋଗ୍ୟତା ଅନୁସାରେ କାର୍ଯ୍ୟ ଯୋଗାଇ ଦିଆଯିବ ବୋଲି ମତ ପ୍ରକାଶ କରିବା ସହିତ ଗୃପ ଗଠନ କରି ସରକାରଙ୍କ ଦ୍ୱାରା ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। ସ୍ୱାତୀ ଅନୁଷ୍ଠାନର ପ୍ରଜେକ୍ଟ କୋଡିନେଟର ଶଙ୍କର ନାରାୟଣ ମହାନ୍ତି ଯୋଗଦେଇ ଓଡିଶା ସରକାରଙ୍କ ଦ୍ୱାରା ପ୍ରଚଳିତ ସ୍ୱୀକୃତି କାର୍ଯ୍ୟକ୍ରମରେ ଜିଲ୍ଲାର ଅଧିକରୁ ଅଧିକ କିନ୍ନରମାନେ ସାମିଲ ହୋଇ ସମାଜର ମୁଖ୍ୟ ସ୍ରୋତରେ ମର୍ଯ୍ୟଦାର ସହ ରୋଜଗାରକ୍ଷମ ହୋଇ କିପରି ଜୀବନ ଯାପନ କରିବା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରଦିପ ସ୍ୱାଇଁ ସେମାନଙ୍କର ପାଇଁ ଥିବା ସୁବିଧା ସୁଯୋଗ ସଂପର୍କରେ କହିଥିଲେ। କାର୍ଯ୍ୟକ୍ରମକୁ ସ୍ୱାତୀ ଅନୁଷ୍ଠାନର ସୁଷମା ବେହେରା ପରିଚାଳନା କରିଥିଲେ। ଶେଷରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed.