ଗରିବଙ୍କ ପାଇଁ ଗଛରେ ଟଙ୍ଗାଯାଏ କୋଟ୍, ସୁଇଟର୍‌

ତୁର୍କୀ, ବୁଲଗେରିଆ ଆଦି ଦେଶରେ ଶୀତରେ ବିଯୁକ୍ତ ତାପମାତ୍ରା ହୋଇ ଅନେକ ପ୍ରାନ୍ତରେ ତୁଷାରପାତ ମଧ୍ୟ ହୁଏ। ସେସବୁ ସ୍ଥାନରେ ଥଣ୍ଡା ସହିବା ପାଇଁ ଲୋକଙ୍କୁ ମୋଟା ପଶମ ପୋଷାକ ପିନ୍ଧିବାକୁ ପଡ଼େ। ଏଇ ସବୁ ପଶମ ପୋଷାକର ଦାମ୍‌ ମଧ୍ୟ କିଛି କମ୍ ନୁହେଁ। ଧନୀ, ମଧ୍ୟବିତ୍ତ ଲୋକଙ୍କ ଚଳଣିରେ ସେଭଳି ଅସୁବିଧା ହୁଏନି। ହେଲେ ଗରିବ ଲୋକଟେ ଏତେ ଦାମୀ ପୋଷାକ କିଣିବ କିପରି? ସେସବୁ ଥଣ୍ଡା ରାଇଜର ହାଡ଼ ଭଙ୍ଗା ଶୀତରେ ଏଇ ଗରିବ ଲୋକଙ୍କ ପାଇଁ ଧନୀମାନେ ସୁବନ୍ଦୋବସ୍ତ କରିଛନ୍ତି। ପ୍ରତି ବର୍ଷ ଶୀତ ଆରମ୍ଭ ସମୟରେ ଜନବସତି ପାଖରେ ଥିବା ଗଛଗୁଡ଼ିକରେ କୋଟ୍, ଜ୍ୟାକେଟ୍, ସୁଇଟର୍‌ ଆଦି ଟଙ୍ଗା ହୋଇଥାଏ। ପିଲାଠାରୁ ବୟସ୍କ ସମସ୍ତଙ୍କ ପାଇଁ ଧନୀ ଲୋକେ ସେମାନଙ୍କ ପୁରୁଣା ପଶମ ପୋଷାକ ଟାଙ୍ଗି ଦେଇଯାନ୍ତି। ଗରିବ ଲୋକଟେ ନିଜ ପାଇଁ ଏଥିରୁ କୋଟ୍‌ ହେଉ କିମ୍ବା ସୁଇଟର୍‌ଟେ ବାଛିନିଏ। ସ୍ଥାନୀୟ ଧନୀ ଲୋକ ଏ ବାବଦରେ କହିଛନ୍ତି, ପୁରୁଣା ଗରମ ପୋଷାକକୁ ଫିଙ୍ଗବିା ବଦଳରେ ଅନ୍ୟ କାହା କାମରେ ଆସୁଥିବାରୁ ସେମାନଙ୍କୁ ଖୁସି ଲାଗୁଛି। ତୁର୍କୀ, ବୁଲଗେରିଆ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ସେଠା ଲୋକଙ୍କ ଏଭଳି ନମନୀୟତାରେ ନତମସ୍ତକ ହୋଇଯାନ୍ତି।

Comments are closed.