ମିଠା ପୁରୀ

ଆବଶ୍ୟକ ସାମଗ୍ରୀ
ଅଟା – ୨୦୦ଗ୍ରାମ
ଗୁଡ – ୧କପ
ଗୁଜୁରାତି – ୪ଟା
ନଡିଆକୋରା – ୨ ଚାମଚ
ଘିଅ – ୧ ଚାମଚ
ଖିର – ୧କପ
ଲୁଣ – ସାମାନ୍ୟ
ତେଲ- ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଖିରରେ ଗୁଡ ମିଶାଇ ଏହାକୁ କିଛି ସମୟ ରଖି ଦିଅନ୍ତୁ। ଏହାପରେ ଅଟାରେ ନଡିଆରେ କୋରା, ଘିଅ, ଗୁଜୁରାତି, ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଏବେ ଗୁଡ ମିଶ୍ରିତ ଖିରରେ ଅଟାକୁ ଭଲ ଭାବେ ଚକଟି ଦିଅନ୍ତୁ। ଚକଟିବା ପରେ କିଛି ସମୟ ଏହାକୁ ରଖି ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଚକଟାରୁ ପୁରୀ ବେଲି ଭଲ ଭାବେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମିଠା ପୁରୀ।

 

Comments are closed.