ଦୀପାବଳି ପାଇଁ ଶାଢ଼ୀ ଓ ମିଠା ବାଣ୍ଟିଲେ ସମାଜସେବୀ

ବାଙ୍କୀ(ଡମପଡ଼ା): ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ରଗଡି ଗ୍ରାମପଞ୍ଚାୟତରେ ଆଗାମୀ ଦୀପାବଳିକୁ ଆଖି ଆଗରେ ରଖି ମହିଳାମାନଙ୍କୁ ଶାଢୀ ଏବଂ ଛୋଟ ଛୋଟ ପିଲାମାନଙ୍କୁ ମିଠା ବାଣ୍ଟିଲେ ସମାଜସେବୀ ଲକ୍ଷ୍ମୀପ୍ରସାଦ ରାଉତ । ସ୍ଥାନୀୟ କାମାକ୍ଷା ଦେବୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଗ୍ରାମର ମହିଳାମାନଙ୍କୁ ଶାଢୀ ବାଣ୍ଟି ଛୋଟ ପିଲାମାନଙ୍କୁ ମିଠା, ଦୀପ, ସଳିତା ବଣ୍ଟନ କରିଥିଲେ । ପୂର୍ବରୁ ସମାଜସେବୀ ବନ୍ୟା ସମୟରେ ବାଙ୍କୀର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହିତ ବନ୍ୟା ପିଡିତଙ୍କୁ ରନ୍ଧା ଖାଦ୍ୟ ଏବଂ ଜରିପାଲ ବଣ୍ଟନ କରିଥିଲେ । ଦଶହରା ଅବସରରେ ରଗଡି ଗ୍ରାମ ପଞ୍ଚାୟତ ଶବର ସାହିରେ ମହିଳାମାନଙ୍କୁ ଶାଢ଼ୀ ବାଣ୍ଟିବା ସହିତ ଛୋଟ ଛୋଟ ପିଲାମାନଙ୍କୁ ପାଠ୍ୟ ଉପକରଣ ଏବଂ ଜୋତା ବଣ୍ଟନ କରିଥିଲେ । ସମାଜସେବୀଙ୍କ ଏଭଳି କାର୍ୟ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Comments are closed.