ଝାଡୁଦାର ପ୍ରଚାର କରୁଛନ୍ତି କରୋନା ସଚେତନତା ବାର୍ତ୍ତା

ସୁଆଣ୍ଡୋ: ଲୋକମାନେ ଲକଡାଉନକୁ ମାନିଲେ କରୋନା ସଂକ୍ରମଣକୁ ପ୍ରତିହତ କରାଯାଇପାରିବ। ଆଜିକୁ ନଅ ଦିନ ଧରି ଏହି ବାର୍ତ୍ତା ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ପୁରୀଜିଲା ବାଲିପୁଟ ସ୍ୱାସ୍ଥ୍ୟକେନ୍ଦ୍ରର ଝାଡୁଦାର ରମେଶ ଚନ୍ଦ୍ର ପାତ୍ର। ଘରେ ରହନ୍ତୁ, ସମ ଦୂରତା ରଖିବା ସହିତ ଦିନକୁ ସାତଥରରୁ ଅଧିକ ଥର ସାବୁନରେ ହାତ ଧୁଅନ୍ତୁ ଓ କୌଣସି ନିଶା ସେବନ କରନ୍ତୁ ନାହିଁ ବୋଲି ସେ କହିବା ସହ ଲୋକମାନଙ୍କୁ ସଚେତନ କରାଉଛନ୍ତି। ନିଜ ସ୍କୁଟିରେ ପୋଷ୍ଟର ଲଗାଇ ପୁରୀ ଜିଲ୍ଲାର ବ୍ରହ୍ମଗିରି, ସତ୍ୟବାଦୀ, କଣାସ, ପୁରୀ ସଦର ଓ ଡେଲାଙ୍ଗ ଗ୍ରାମ ପରିକ୍ରମା କରି ସାରିଲେଣି। ଅବଶିଷ୍ଟ ଗୋପ, ନିମାପଡା, ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଆଉ ତିନିଦିନ ପ୍ରଚାର କରିବେ ବୋଲି ସେ କହିଛନ୍ତି। ରମେଶଙ୍କ ଏହି କାମକୁ ଜନସାଧାରଣ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

Comments are closed.