ନିର୍ବାଚନ ପ୍ରକିୟାରେ ମହିଳା ପ୍ରତିନିଧିଙ୍କ ସଶକ୍ତିକରଣ କର୍ମଶାଳା

ଅବାଧ ଓ ନିରପେକ୍ଷ ମତଦାନ ସୃଷ୍ଟି କରିବା ମୂଳଲକ୍ଷ୍ୟ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସ୍ଥାନୀୟ ଏସ୍.ଆର.ଡି.ଓ ଠାରେ ଶୁକ୍ରବାର ଦି ହଙ୍ଗର ପ୍ରକଳ୍ପ ପକ୍ଷରୁ ବ୍ଲକସ୍ତରୀୟ ନିର୍ବାଚନ ପ୍ରକିୟାରେ ମହିଳା ପ୍ରତିନିଧିଙ୍କ ସଶକ୍ତିକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ହଙ୍ଗର ପ୍ରକଳ୍ପର ରାଜ୍ୟ ସଂଯୋଜକ ସୁକାନ୍ତ ମହାପାତ୍ର ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ। ଏହି କାର୍ୟ୍ୟକ୍ରମରେ ସାମାଜିକ କର୍ମୀ ମନୋଜ ଷଡ଼ଙ୍ଗୀ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପଞ୍ଚାୟତ ସ୍ତରରେ ମହିଳାଙ୍କୁ ସଶକ୍ତ କରିବା ପଞ୍ଚାୟତିରାଜ ବ୍ୟବସ୍ଥାରେ ଯୋଗ୍ୟ ପ୍ରାର୍ଥିନୀଙ୍କୁ ବାଛିବା ସହ ନାମାଙ୍କନ ଦାଖଲ ସହ ପ୍ରସ୍ତାବକ ଓ ସମର୍ଥକ ଦେବାର ଆବଶ୍ୟକତା ସଂପର୍କରେ କ୍ଷେତ୍ରୀୟ ପ୍ରଶାସକ ମନୋଜ ଷଡ଼ଙ୍ଗୀ ଆଲୋଚନା କରିଥିଲେ। ରାଜ୍ୟ ସରକାର ଆଗାମୀ ୨୦୨୨ ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିଛନ୍ତି। ତେଣୁ ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ସେ ଗୁରୁତ୍ବୋରୋପ କରିଥିଲେ। ବ୍ଲକର ୧୨ଗୋଟି ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମରେ ପଥପ୍ରାନ୍ତ ନାଟକ, କାନ୍ଥ ଚିତ୍ର ଓ ଲିଫଲେଟ ମାଧ୍ୟମରେ ଅବାଧ ଓ ନିରପେକ୍ଷ ମତଦାନ ପାଇଁ ଜନସଚେତନତା ସୃଷ୍ଟି କରିବା କର୍ମଶାଳାର ମୂଳଲକ୍ଷ୍ୟ ଵୋଲି ଅତିଥି ମତପ୍ରକାଶ କରିଥିଲେ। ଉକ୍ତ କାର୍ୟ୍ୟକ୍ରମରେ ଗୋସାଇଁ ଗୁଲୁମୁଣ୍ଡା, ଗୁଲୁଣ୍ଠି, ପେଣେକାମ ଆଦି ପଞ୍ଚାୟତର ମହିଳାମାନେ ଯୋଗ ଦେଇଥିଲେ। ଉକ୍ତ କାର୍ୟ୍ୟକ୍ରମକୁ ପ୍ରୋଗ୍ରାମ ଆସୋସିଏଟ ପଞ୍ଚାନନ ଘଡେଇ ପରିଚାଳନା କରିଥିଲେ।।

Comments are closed.