ସରକାରଙ୍କ ଶୀତବସ୍ତ୍ର ଯୋଜନାରେ ଅଙ୍ଗନବାଡ଼ି ଛାତ୍ରଛାତ୍ରୀ ଖୁସ୍

ପାଟଣା: ଓଡ଼ିଶା ସରକାରଙ୍କ ନୂଆ ଯୋଜନାରେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି ଛାତ୍ରଛାତ୍ରୀଙ୍କୁ ଶୀତବସ୍ତ୍ର ସହ ଜୋତାମୋଜା ଦିଆ ଯାଉଥିବା ବେଳେ ଆଜି ପାଟଣା ବ୍ଲକ ଗାଲଫୁଲା ଗ୍ରାମର ଅଙ୍ଗନବାଡ଼ି ‘କ’ କେନ୍ଦ୍ରରେ ପଢ଼ୁଥିବା ୩ ରୁ ୬ ବର୍ଷ ବୟସର ୮ ଜଣ ଶିଶୁକନ୍ୟା ଓ ୭ ଜଣ ବାଳକଙ୍କୁ ମିଶାଇ ମୋଟ ୧୫ ଜଣ ଶିଶୁଙ୍କୁ ଶୀତ ବସ୍ତ୍ର ଆଦି ପ୍ରଦାନ କରାଯାଇଛି । ଅଙ୍ଗନବାଡ଼ି କର୍ମୀ ଭଗବତୀ ନାଏକ ଓ ସହାୟିକା ନବାତ ନାଏକଙ୍କ ଦ୍ୱାରା କୁନି କୁନି ଶିଶୁମାନଙ୍କୁ ଏକ ହଳ ଲେଖାଏଁ ନୂଆ ଜୋତାମୋଜା ଏବଂ ଗୋଟିଏ ଲେଖାଏଁ ସ୍ବେଟର ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ବହୁଦିନ ପରେ ଅଙ୍ଗନବାଡ଼ି କେନ୍ଦ୍ରରୁ ନୂଆ ଜୋତାମୋଜା ଓ ସ୍ବେଟର ପାଇ ଛାତ୍ରଛାତ୍ରୀ ବେଶ୍‍ ଖୁସିଥିବା ଦେଖାଯାଇଛି ।

Comments are closed.