ସ୍ୱାଭିମାନ ଅଞ୍ଚଳ ଲାଲ ଗଡ଼ରେ କଂଗ୍ରେସ ତରଫରୁ ସମାବେଶ

0

 

ଚିତ୍ରକୋଣ୍ଡା : ଆନ୍ଧ୍ର ଓଡିଶା ସୀମାନ୍ତ ନକ୍ସଲ ଉପଦ୍ରୁତ ମାଓ ପ୍ରବଣ ଆଦିବାସୀ ବହୁଳ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଯନ୍ତାପାଇ ଠାରେ ମାଲକାନଗିରି ପ୍ରଦେଶ କଂଗ୍ରେସ ତରଫରୁ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି।  ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ମୁଖ୍ୟ ଅତିଥି ଭାବେ , ଅନ୍ୟ ମାନଙ୍କ ମଧ୍ୟରେ ଜିଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ଚିତ୍ରକୋଣ୍ଡା ପ୍ରଦେଶ କଂଗ୍ରେସ ସଭାପତି ତଥା ଆଜିର ସମାବେଶର ଆବାହକ ଦେବେନ୍ଦ୍ର ଦାସ, ଚିତ୍ରକୋଣ୍ଡା ଆଶାଇ ବିଧାୟକ ପାର୍ଥି ଲଷ୍ମୀପ୍ରିୟା ନାୟକ, ଯୁବ ସଭାପତି ଚିତରଞ୍ଜନ ପଟ୍ଟନାୟକ ଯୋଗ ଦେବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପାନିୟ ଜଳ ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକରେ୨୦୦୦ ଛାତ୍ର ଛାତ୍ରୀ ଜାତି ପ୍ରମାଣ ପତ୍ର ପାଇବାରୁ ଏବଂ ପାଠ ପଢିବାରୁ ବଞ୍ଚିତ ହେଉଥିବା ଏବଂ ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ ନିୟମିତ ହେଉନଥିବା କଥା ଉଠାଇବା ସହିତ, ଉର୍ନତ ମାନର ସ୍ୱାସ୍ଥ୍ୟ ସେବା ତଥା ୧୦୨ ଓ ୧୦୮ ଆମ୍ବୁଲାନ୍ସ ଅଭାବରୁ ବହୁ ଗର୍ଭବତୀ ଡଙ୍ଗାରେ, ଖଟିଆରେ, ଚୌକିରେ  ଅଧା ବାଟରେ ପିଲା ପ୍ରସବ କରିବା, ତଥା ବୋହିକି ଆଣିବା ଘଟଣା ଏବଂ ଠିକ ସମୟରେ ଏ ସବୁ ଉପଲବ୍ଧ ନହେବାରୁ ମଲା ପିଲା ଜନ୍ମ ହେବା ତଥା ମା ଓ ଶିଶୁ ଗୁରୁତର ଅବସ୍ଥା ହେବା ଭଳି ଘଟଣା ଦେଖିବାକୁ ମିଳୁଛି। ସେହିଭଳି ପାନିୟ ଜଳ ମଧ୍ୟ୍ୟ ଲୋକ ମାନେ ପାଇ ପାରୁନାହାନ୍ତି। ଏହା ଉପରେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସାଂସଦ କହିଥିଲେ ଏହି କାର୍ଯ୍ୟକ୍ରମ ସହିତ ବହୁ ସଂଖ୍ୟାରେ ଜନ ସାଧାରଣ କଂଗ୍ରେସ ଦଳରେ ଯୋଗ ଦେବା ସହିତ ବିଛିର୍ନା ଞ୍ଚଲରେ କଂଗ୍ରେସ ଦଳରେ ମିଶ୍ରଣର ସୁଅ ଛୁଟୁଥିବାର ଦେଖିବାକୁ ମିଳିଥିଲା। ଜନ ସମାଙ୍ଗମ ସହିତ ବାଦ୍ୟଯନ୍ତ୍ର ତାଳେ ତାଳେ ଘୋଡା ଉପରେ ବସାଇ ପଦଶୋଭା ଯାତ୍ରା ମାଧ୍ୟମରେ ପାପମେଟଲା ପର୍ଯ୍ୟନ୍ତ ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଡମ୍ବୁ ଗଲରି ଓ ଦୈତାରୀ ବଡନାୟକ ପରିଚାଳନା କରିବା ସହିତ ଚିତ୍ରକୋଣ୍ଡା ପଂଚାୟତ ସମିତି ଅନ୍ତର୍ଗତ ୧୮ଗୋଟି ଗ୍ରାମ ପଂଚାୟତର ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

Leave A Reply