ପଞ୍ଚାୟତରେ ସ୍ୱାସ୍ଥ୍ୟ ଓ ପୁଷ୍ଟିକୁ ସୁନିଶ୍ଚିତ କରାଇବା ପାଇଁ ପ୍ରଶିକ୍ଷଣ

ବାଙ୍କୀ : ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଏବଂ ଜଳ ଓ ପରିମଳ ବିଭାଗ ସହାୟତାରେ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ପଞ୍ଚାୟତ ସ୍ତରୀୟ ମହାସଂଘର ସମ୍ପାଦିକା ସଭାପତି ଓ ୱାର୍ଡ ସଭ୍ୟ ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବାଙ୍କୀ ଆଂଚଳିକ ଆଦିବାସୀ ହରିଜନ କଲ୍ୟାଣ ପରିଷଦ ପରିଚାଳନାରେ ସଂଚାଳିତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକ ଦେବଦତ୍ତ ମଳୟ କୁମାର ବରାଳ ଏବଂ କୃଷ୍ଣଚନ୍ଦ୍ର ସାମନ୍ତରାୟ ପ୍ରଶିକ୍ଷାର୍ଥୀ ଭାବରେ ଯୋଗଦେଇଥିଲେ। ତୁଳସୀପୁର, ଦୁର୍ଗାପୁର ଓ ହରିରାଜପୁର ଗ୍ରାମପଞ୍ଚାୟତର ୨୪ ଜଣ ପ୍ରଶିକ୍ଷାର୍ଥୀ ପ୍ରଶିକ୍ଷଣ ଗ୍ରହଣ କରିଥିବା ସୂଚନା ମିଳିଛି । ପରିଷଦର ସମ୍ପାଦକ କେଶବ ଚନ୍ଦ୍ର ବେହେରା ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ଆମ ପଞ୍ଚାୟତର ସ୍ୱାସ୍ଥ୍ୟ ଓ ପୁଷ୍ଟିକୁ ସୁନିଶ୍ଚିତ କରାଇବା ଦିଗରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ସ୍ଥାନୀୟ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର ଗୁରୁ ଦାୟିତ୍ୱ ରହିଥିବା ସମ୍ପର୍କରେ ଆଲୋକପାତ କରିଥିଲେ । ବାଙ୍କୀ ଏନ.ଏ.ସି ଅନ୍ତର୍ଗତ ବାତ୍ୟା ଆଶ୍ରୟ ସ୍ଥଳୀଠାରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଛି।

Comments are closed.