ଜାଣନ୍ତୁ ସ୍ୱସ୍ତିକ ଚିହ୍ନର ମହତ୍ତ୍ୱ

0

ସ୍ୱସ୍ତିର ଅର୍ଥ ହେଉଛି କଲ୍ୟାଣ ବା ମଙ୍ଗଳ। ସେହିଭଳି ସ୍ୱସ୍ତିକର ଅର୍ଥ ଯିଏ କଲ୍ୟାଣ ବା ମଙ୍ଗଳ କରିଥା’ନ୍ତି। ସ୍ୱସ୍ତିକ ଏକ ବିଶେଷ ଚିହ୍ନ, ଯାହାକୁ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତିଆରି କରାଯାଇଥାଏ। କୁହାଯାଏ, ଏହା ଚାରି ଦିଗରୁ ଶୁଭ ଓ ମଙ୍ଗଳକୁ ଆକର୍ଷିତ କରିଥାଏ। ଏହାକୁ ମଧ୍ୟ ଭଗବାନ ଗଣେଶଙ୍କ ରୂପ ବୋଲି କୁହାଯାଇଥାଏ। ପୁରାଣ ଅନୁସାରେ ଏହାକୁ ଅଙ୍କନ କରିବା ଦ୍ୱାରା ସମ୍ପୂର୍ଣ୍ଣତା, ସମୃଦ୍ଧି ଓ ଏକାଗ୍ରତା ପ୍ରାପ୍ତ ହୋଇଥାଏ। ଯେଉଁ ପୂଜା ଉପାସନାରେ ସ୍ୱାସ୍ତିକର ପ୍ରୟୋଗ ହୋଇନଥାଏ, ସେହି ପୂଜା ବହୁତ ସମୟ ପର୍ଯ୍ୟନ୍ତ ପ୍ରଭାବଶାଳୀ ହୋଇ ପାରିନଥାଏ।
ସ୍ୱସ୍ତିକର ବୈଜ୍ଞାନିକ ମହତ୍ୱ :
– ସଠିକ୍‍ ଭାବେ ତିଆରି ହୋଇଥିବା ସ୍ୱାସ୍ତିକରୁ ବହୁତ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।
– ଏହି ଶକ୍ତି ବସ୍ତୁ ଓ ବ୍ୟକ୍ତିଙ୍କ ସୁରକ୍ଷା କାରିଥାଏ।
– ସ୍ୱସ୍ତିକ ଚିହ୍ନକୁ ଘର, ଡାକ୍ତରଖାନା ଓ ଦୈନିକ ଜୀବନରେ ପ୍ରୟୋଗ କରିବା ଦ୍ୱାରା ବ୍ୟକ୍ତି ରୋଗ ଓ ଚିନ୍ତାମୁକ୍ତ ହୋଇଥାଏ।
– ଭୁଲ ଭାବେ ସ୍ୱସ୍ତିକ ଅଙ୍କନ କରିବା ଦ୍ୱାରା ଭୟଙ୍କର ସମସ୍ୟା ଉପୁଜିଥାଏ।
ସ୍ୱସ୍ତିକ ଅଙ୍କନର ସଠିକ୍‍ ପ୍ରଣାଳୀ :
– ସ୍ୱସ୍ତିକର ରେଖା ଓ କୋଣ ସମ୍ପୂର୍ଣ୍ଣ ସଠିକ୍‍ ହେବା ଆବଶ୍ୟକ।
– ଭୁଲ୍‍ରେ ବି ଓଲ୍‍ଟା ସ୍ୱସ୍ତିକ ଅଙ୍କନ କିମ୍ବା ପ୍ରୟୋଗ କରନ୍ତୁନାହିଁ।
– ଲାଲ୍‍ ଓ ହଳଦିଆ ରଙ୍ଗର ସ୍ୱସ୍ତିକ ସର୍ବଶ୍ରେଷ୍ଠ ହୋଇଥାଏ।
– ଯଦି ସ୍ୱସ୍ତିକ ଧାରଣ କରିବାକୁ ଚାହୁଁଛନ୍ତି ତେବେ ଏହାକୁ କେବଳ ଗଳାରେ ଧାରଣ କରନ୍ତୁ।
କେଉଁ ସ୍ଥାନରେ ସ୍ୱସ୍ତିକ ଅଙ୍କନ କରିବା ବିଧେୟ :
– ଯେଉଁଠି ବାସ୍ତୁ ଦୋଷ ଅଛି କିମ୍ବା ଗୃହର ମୁଖ୍ୟ ଦ୍ୱାରରେ ଲାଲ୍‍ ରଙ୍ଗର ସ୍ୱସ୍ତିକ ଅଙ୍କନ କରନ୍ତୁ।
– ପୂଜା ସ୍ଥାନ, ପାଠପଢା ସ୍ଥାନ ଓ ଯାନବାହନ ସମ୍ମୁଖରେ ସ୍ୱସ୍ତିକ ଅଙ୍କନ କରନ୍ତୁ।
– ଏକାଗ୍ରତା ପାଇଁ ସୁନା କିମ୍ବା ରୁପାର ସ୍ୱସ୍ତିକକୁ ଲାଲ୍‍ ରଙ୍ଗର ସୁତାରେ ପରିଧାନ କରନ୍ତୁ।
– ଇଲେକ୍ଟ୍ରୋନିକ ଉପକରଣରେ ସ୍ୱସ୍ତିକ ଅଙ୍କନ କରିବା ଦ୍ୱାରା ତାହା ଶୀଘ୍ର ଖରାପ ହୋଇନଥାଏ।

Leave A Reply