ଦିଲ୍ଲୀରେ କୋଠା ଭୁଶୁଡ଼ି ଜଣେ ମୃତ, ଅନେକ ଆହତ

0

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଏକ କୋଠା ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ସପ୍ତାହକ ମଧ୍ୟରେ ଏହା ହେଉଛି ଦିଲ୍ଲୀର ଦ୍ୱିତୀୟ କୋଠା ଭୁଶୁଡ଼ିବା ଘଟଣା। କୋଠା ଭଗ୍ନାଂବଶେଷ ତଳେ ଆଉ କିଛି ଶ୍ରମିକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଫଳରେ ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି।
ସୂଚନା ଅନୁସାରେ ଦିଲ୍ଲୀ ସ୍ୱରୁପ ନଗରଠାରେ ଏକ ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ଚାଲିଥିଲା। ସୋମବାର ଦ୍ୱିପହରେ ହଠାତ୍‍ କୋଠାର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ସେଠାରେ କାର୍ଯ୍ୟ କରୁଥିବା କେତେକ ଶ୍ରମିକ କୋଠା ଭଗ୍ନାଂବଶେଷ ତଳେ ଚାପି ହୋଇଯାଥିଲେ। ସେଠାରୁ ଜଣେ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଉଦ୍ଧାର କାରୀ ଦଳ ଓ ଅଗ୍ନିଶମ ବାହନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ସେପ୍ଟେମ୍ବର ୨୬ରେ ଦିଲ୍ଲୀ ଅଶୋକ ବିହାରରେ ଏକ କୋଠା ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟିଥିଲା।

Leave A Reply