ଆସନ୍ତା ୨୦ରୁ ନଭେମ୍ବର ୬ ପର୍ଯ୍ୟନ୍ତ ଓଡ଼ିଶା ପରିକ୍ରମା କରିବ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ ’ ମଶାଲ୍‍  

ଆସନ୍ତା ୨୦ ତାରିଖରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ ’ ମଶାଲ୍‍  ଓଡ଼ିଶା ପରିକ୍ରମା କରିବ। ୨୦ ତାରିଖରେ ଏହା ଛତିଶଗଡ଼ର ରାୟପୁରରୁ ଆସି ଗଞ୍ଜାମର ଗୋପାଳପୁରଠାରେ ପହଞ୍ଚିବ। ୨୧ରୁ ୨୬ ପର୍ଯ୍ୟନ୍ତ ଏହା ଗୋପାଳପୁରରେ ରହିବ। ୨୭ ତାରିଖରେ ଗୋପାଳପୁରରୁ ବାହାରି ୨୮ ତାରିଖରେ ଆଇ.ଏନ୍‍.ଏସ୍‍. ଚିଲିକାରେ ରହିବ । ଏହାପରେ ୨୯ ତାରିଖରେ ଏହି ମଶାଲ ଭୁବନେଶ୍ୱର ଅଭିମୁଖେ ବାହାରିବ। ଅକ୍ଟୋବର ୩୦ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହା ଭୁବନେଶ୍ୱରରେ ରହିବ । ଭୁବଶ୍ୱେରରେ ଭାରତୀୟ ସେନା ମୁଖ୍ୟାଳୟରୁ ବାହାରିବା ପରେ ଏହାକୁ ରାଜଭବନ ଆଦି ବିଭିନ୍ନ ଅନୁଷ୍ଠାନରେ ରଖାଯିବ। ନଭେମ୍ବର ୬ ତାରିଖରେ ଏହି ମଶାଲ ବାଲେଶ୍ୱର ଅଭିମୁଖେ ଯାତ୍ରା କରିବା ପରେ ସେଠାରେ ନଭେମ୍ବର ୭ ତାରିଖରେ ଜାମଶେଦ୍‍ପୁର ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ, ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତର ଐସିହାସିକ ବିଜୟର ୫୦ ବର୍ଷ ପୂର୍ତ୍ତି ସମାରୋହକୁ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ’ ଭାବେ ଦେଶବ୍ୟାପୀ ପାଳନ କରାଯାଉଛି । ଏହି ଉପଲକ୍ଷେ ଏକ ବିଜୟ ମଶାଲ ସାରା ଦେଶ ପରିକ୍ରମା କରୁଛି । ଗତବର୍ଷ ନଭେମ୍ବର ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମଶାଲକୁ ପ୍ରଜ୍ୱଳିତ କରିଥିଲେ । ଏହି ମଶାଲ ପରିକ୍ରମା ଅବସରରେ ଭାରତୀୟ ସେନାର ବୀରତ୍ୱର ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

Comments are closed.