ଆଜିଠୁ ସ୍ବର୍ଗଦ୍ବାର ଉପରେ ଲାଗିଲା କଟକଣା : ପୁରୀ ଛଡା ଅନ୍ୟ ଜିଲାର ଲୋକଙ୍କୁ ସ୍ବର୍ଗଦ୍ବାର ମନା

ପୁରୀ : ଆଜିଠୁ ପୁରୀ ବ୍ୟତୀତ ଅନ୍ୟ ଜିଲାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ମନା। ମହାମାରୀ କରୋନା ଏବେ ଭୟଙ୍କର ସ୍ଥିତିରେ ରହିଛି। ପରିସ୍ଥିତିକୁ ନଜରରେ ରଖି ପୁରୀ ଜିଲାପାଳ ବଲୱନ୍ତ ସିଂ ଏହି ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁଯାୟୀ, ସ୍ୱର୍ଗଦ୍ୱାରରେ ବାହାର ଜିଲାରୁ ଲୋକଙ୍କ ଶବଦାହ ଉପରେ କଟକଣା ଲାଗାଯାଇଛି। ସମୁଦ୍ର କୂଳରେ ଅସ୍ଥି ବିସର୍ଜନ ନେଇ ମଧ୍ୟ କଟକଣା ଲାଗିଛି। ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

Comments are closed.