ସ୍ୱାମୀ ଅଗ୍ନିବେଶଙ୍କୁ ନିର୍ଧୁମ ପିଟିଲେ ବିଜେପି ଯୁବମୋର୍ଚ୍ଚାର ସଦସ୍ୟ

0

ପାକୁଡା: ଝାଡଖଣ୍ଡର ପାକୁଡା ଜିଲାରେ ବିଜେପି ଯୁବମୋର୍ଚ୍ଚାର ସଦସ୍ୟମାନେ ସାମାଜସେବୀ ସ୍ୱାମୀ ଅଗ୍ନିବେଶଙ୍କୁ ନିର୍ଧୁମ ମାଡ ମାରିଛନ୍ତି । ସ୍ୱାମୀ ଅଗ୍ନିବେଶଙ୍କର ସେଠାରେ ଏକ କାର୍ଯ୍ୟକ୍ରମ ଥିଲା । ଯୁବାମୋର୍ଚ୍ଚାର ସଦସ୍ୟମାନେ ଅଗ୍ନିବେଶ ଫେରିଯାଅ ବୋଲି ସ୍ଲୋଗାନ ଦେଉଥିଲେ । ଅଗ୍ନିବେଶଙ୍କ କାର୍ଯ୍ୟକ୍ରମ ସ୍ଥଳରେ କଳା ପତାକା ପ୍ରଦର୍ଶନ କରିଥିଲେ । ଏତିକି ବେଳେ ଅଗ୍ନିବେଶ ସାମ୍ବାଦିକ ସମ୍ମିଳନୀ ସାରି ଶୋଭାଯାତ୍ରାରେ ଯାଉଥିବା ବେଳେ ଯୁବମୋର୍ଚ୍ଚାର ସଦସ୍ୟମାନେ ତାଙ୍କୁ ଠେଲାପେଲା କରିଥିଲେ । ସେ ତଳେ ପଡିଥିବାରୁ ବିଧା ଗୋଇଠା ମାରିଥିଲେ । ଏହି ସେମୟରେ ତାଙ୍କ ପଗଡି ଖୋଲି ଦେବା ସହ ପୋଷାକକୁ ଚିରିଦେଇଥିଲେ ।

ସ୍ୱମୀ ଅଗ୍ନିବେଶସ ପାକୁଡାର ଲିଟ୍ଟିପାଡାରେ ଆୟୋଜିତ ଭାରତୀୟ ଆଦିମ ଜନଜାତି ବିକାଶ ସମିତି ଦାମିନ ଦିବସର ୧୯୫ ବର୍ଷ ପୂର୍ତ୍ତି  ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ଏହା ପୂର୍ବରୁ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ  ଯୋଗ ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ସେ ଦେଇଥିବା ଭାଷଣରେ କାର୍ଯ୍ୟକର୍ତ୍ତାମାନେ ଉତ୍ତେଜିତ ହୋଇଥିଲେ । ସେମାନେ ଅଗ୍ନିବେଶ ଫେରିଯାଅ ବୋଲି ସ୍ଲୋଗାନ ଦେଇଥିଲେ । ମିଶନାରୀଙ୍କ ଇସାରାରେର ଅଗ୍ନିବେଶ କାମ କରୁଥିବା  ଆକ୍ରମଣକାରୀମାନେ ଅଭିଯୋଗ କରିଥିଲେ ।

ସ୍ୱାମୀ ଅଗ୍ନିବେଶଙ୍କୁ ଆକ୍ରମଣ ଖବର ପାଇବା ପରେ ପୁଲିସ ପହଞ୍ଚିଥିଲା । ପାକୁଡା ଜିଲାର ଏସ୍‌ପିଙ୍କ ସହ ପୁଲିସ ବଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ୱାମୀ ଅଗ୍ନିବେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦୋଷୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଏସ୍‌ପି ସୂଚନା ଦେଇଛନ୍ତି । ଅଗ୍ନିବେଶଙ୍କର ଅଭିଯୋଗ ପରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଉଛି । ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

Leave A Reply