ଦୁଷ୍କର୍ମ ଅଭିଯୁକ୍ତ ବିଜେପି ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଜାମିନ

ପ୍ରୟାଗରାଜ: ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ ଗୃହ ମନ୍ତ୍ରୀ ତଥା ବିଜେପି ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଜାମିନ ମିଳିଛି। ଆଲାହାବାଦର ହାଇକୋର୍ଟ ସେମାବାର ଏହି ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ନଭେମ୍ବର ୧୬ ତାରିଖରେ ଆଲାହାବାଦର ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। କିନ୍ତୁ ହାଇକୋର୍ଟ ଏହି ରାୟକୁ ସଂରକ୍ଷିତ ରଖି ଆଜି ପ୍ରକାଶ କରିଛନ୍ତି।

ଚିନ୍ମୟାନନ୍ଦ ନିଜ କଲେଜ ସ୍ବାମୀ ଶୁକଦେୱାନନ୍ଦ ବିଧି ମହାବିଦ୍ୟାଳରେ ପଢୁଥିବା ଜଣେ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା। ​‌ଏସଆଇଟି ପକ୍ଷରୁ ଏହି ମାମଲାର ତଦନ୍ତ ଚାଲିଛି।

Comments are closed.