ଦୋଷ ସ୍ୱୀକାର କଲେ ଚିନ୍ମୟାନନ୍ଦ, କହିଲେ-ମୁଁ ଲଜ୍ଜିତ

0

ଶାହାଜାହାଁପୁର : ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ବିଜେପିର ବରିଷ୍ଠ ନେତା ତଥା ପୂର୍ବ ଗୃହ ରାଷ୍ଟ୍ର ମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ ନିଜ ଉପରେ ଲାଗିଥିବା ଅଧିକାଂଶ ଦୋଷ ସ୍ୱୀକାର କରିନେଇଛନ୍ତି।

ମାମଲା ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଅଧ୍ୟକ୍ଷ ନବୀନ ଆରୋଡ଼ା କହିଛନ୍ତି ଯେ ସ୍ୱାମୀ ଚିନ୍ମୟାନନ୍ଦ ବଡ଼ି ମସାଜ ଏବଂ ଯୌନ ବାର୍ତ୍ତାଳପ ସମେତ ନି ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ସ୍ୱୀକାର କରିଛନ୍ତି। ଏବେ ପରିସ୍ଥିତ ଓ ପ୍ରମାଣକୁ ଯାଞ୍ଚ କରାଯାଉଛି। ସ୍ୱାମୀ ଚିନ୍ମୟାନନ୍ଦ ଦୋଷ ସ୍ୱୀକାର ଉପରେ କିଛି କହିବାକୁ ମନା କରିଛନ୍ତି ଓ ନିଜ କାର୍ଯ୍ୟ ପାଇଁ ଲଜ୍ଜିତ ଥିବା କହିଛନ୍ତି।

ଚିନ୍ମୟାନନ୍ଦଙ୍କୁ ଶୁକ୍ରବାର ସକାଳେ ଏସଆଇଟି ଏବଂ ଉତ୍ତରପ୍ରଦେଶ ପୁଲିସ ମିଳିତ ଭାବେ ଗିରଫ କରିଥିଲେ । ପରେ ଲକ୍ଷ୍ନୌ ହସ୍ପିଟାଲକୁ ନେଇ ତାଙ୍କର ଡାକ୍ତରୀ ପରୀକ୍ଷା କରାଇଥିଲା । ପରେ ତାଙ୍କୁ ଉତ୍ତରପ୍ରଦେଶ ଶାହାଜହାଁପୁର ଅଦାଲରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ଯୌନ ଶୋଷଣ ଅଭିଯୋଗରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ପ୍ରକାଶଯୋଗ୍ୟ ଯେ ଚିନ୍ମୟାନନ୍ଦଙ୍କ କଲେଜର ଜଣେ ଆଇନ ଛାତ୍ରୀ  ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ। ୭୨ ବର୍ଷୀୟ ଚିନ୍ମୟାନନ୍ଦ ତାଙ୍କୁ ଦୀର୍ଘ ଦିନ ଧରି ଶାରିରୀକ ନିର୍ଯାତନା ଦେବା ସହିତ ବଳାତ୍କାର କରିଥିଲେ ଏବଂ ସେ ଏକାଧିକ ଛାତ୍ରୀଙ୍କ ଜୀବନ ନଷ୍ଟ କରିଛନ୍ତି ବୋଲି ଛାତ୍ରୀ ଜଣକ ସାମାଜିକ ଗଣମାଧ୍ୟ ଜରିଆରେ ପ୍ରଘଟ କରିଥିଲେ । ପରେ ଅଭିଯୋଗକାରିଣୀ ଛାତ୍ରୀଙ୍କୁ ଅପହରଣ କରାଯିବା ଘଟଣାକୁ ଭିନ୍ନ ମୋଡ଼ ଦେଇଥିଲା ।  ସପ୍ତାହକ ପରେ ଛାତ୍ରୀ ଜଣକ ଉଦ୍ଧାର ହୋଇଥିଲେ। ଅଭିଯୁକ୍ତ ପ୍ରତି ପୁଲିସର କୋହଳ ମନୋଭାବକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ଶେଷରେ ଚିନ୍ମୟାନନ୍ଦଙ୍କୁ ଗିରଫ କରାଯାଇଛି।

Leave A Reply