ଶ୍ରୀରାମକୃଷ୍ଣ ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ବୈରାଗ୍ୟାନନ୍ଦଙ୍କ ପରଲୋକ

ଭବାନୀପାଟଣା: କଳାହାଣ୍ଡି ଜିଲାର ମଦନପୁରରାମପୁର ସ୍ଥିତ ଶ୍ରୀରାମକୃଷ୍ଣ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମଦ୍ ସ୍ୱାମୀ ବୈରାଗ୍ୟାନନ୍ଦଙ୍କର ପରଲୋକ ଘଟିଛି। ୭୫ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ଏମ୍ସ ହସ୍ପିଟାଲରେ ମଙ୍ଗଳବାର ରାତି ପ୍ରାୟ ୧ଘ.୫୫ମି ସମୟରେ ତାଙ୍କର ଦେହାନ୍ତ ହୋଇଛି। ଗତ ଏକ ମାସ ଧରି ସେ ଚିକିତ୍ସାଧୀନ ଥିଲେ।

ସୂଚନାଯୋଗ୍ୟ, ସ୍ବାମୀ ବୈରାଗ୍ୟାନନ୍ଦ ମହାରାଜ ପଶ୍ଚିମବଙ୍ଗର ବେଲୁରସ୍ଥିତ ରାମକୃଷ୍ଣ ମଠରୁ ୧୯୮୨ ମସିହାରେ ସନ୍ନ୍ୟାସ ଗ୍ରହଣ କରି ଭାରତର ବିଭିନ୍ନ ସ୍ଥାନରେ ରାମକୃଷ୍ଣ ମଠ ଓ ମିଶନ୍ ପ୍ରତିଷ୍ଠାନରେ ସେବା କାର୍ୟ୍ୟ କରିଛନ୍ତି। ୧୯୯୩ ମସିହା ସେପ୍ଟେମ୍ବର ୧୧ ତାରିଖରେ ସେ କଳାହାଣ୍ଡି ସ୍ଥିତ ମଦନପୁରରାମପୁର ଠାରେ ଶ୍ରୀରାମକୃଷ୍ଣ ଆଶ୍ରମ ପ୍ରତିଷ୍ଠା କରି ଏହାକୁ ଏକ ମଣିଷ ତିଆରି କାରଖାନା ରୂପରେ ଗଢିବା ପାଇଁ ଜୀବନର ଶେଷ ମୁହୂର୍ତ୍ତ ପର୍ୟ୍ୟନ୍ତ ପ୍ରୟାସ କରିଛନ୍ତି।

Comments are closed.