ତଳେ ପଡ଼ିଥିବା ମଣିଷର ନେତା ଥିଲେ ସ୍ବାମୀ ଅଗ୍ନିବେଶ: ଆର୍ଯ୍ୟ ଜ୍ଞାନେନ୍ଦ୍ର

ବିଶିଷ୍ଟ ଜନନେତା ତଥା ବନ୍ଧୁଆ ଶ୍ରମିକଙ୍କ ଭଗବାନ, ହରିଆଣାର ପୂର୍ବତନ ଶିକ୍ଷାମନ୍ତ୍ରୀ ଆର୍ଯ୍ୟ ସମାଜର କ୍ରାନ୍ତିକାରୀ ସନ୍ୟାସୀ ସ୍ବାମୀ ଅଗ୍ନିବେଶଙ୍କ ବିୟୋଗରେ ଆର୍ୟ୍ୟସମାଜ ଓଡ଼ିଶାା ଶାଖା ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଅନୁଷ୍ଠାନର ସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ବାମିଜୀଙ୍କୁ ତଳେ ପଡ଼ିଥିବା ଲୋକଙ୍କ ନେତା ବୋଲି ଉଲ୍ଲେଖ କରି ସତ୍ୟ ଯେତେ କଷ୍ଟଦାୟକ ହେଲେ ମଧ୍ୟ ତାହାକୁ ପ୍ରକାଶ କରିବାରେ କେବେ ଦ୍ବିଧା କରୁ ନ ଥିଲେ ବୋଲି କହିଛନ୍ତି । ମହର୍ଷି ଦୟାନନ୍ଦ ସରସ୍ବତୀଙ୍କର ସେ ସଚ୍ଚା ସୈନିକ ଥିଲେ । ବିପ୍ଲବ ମାଧ୍ୟମରେ ସମାଜର ପରିବର୍ତନ ପାଇଁ ଛାତ୍ରଅବସ୍ଥାରୁ ସେ ଶପଥ ନେଇଥିଲେ ଓ ଶେଷ ଜୀବନ ପର୍ୟ୍ୟନ୍ତ ତାହା ଜାରି କରିଥିଲେ ।
ତାଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ, ପୂର୍ବତନ କୁଳପତି ଡ଼. ବିମଳେନ୍ଦୁ ମହାନ୍ତି, ଆର୍ୟ୍ୟସମାଜ ଓଡ଼ିଶାର ଆର୍ଯ୍ୟକାରୀ ସଭାପତି ଡ଼. ବଦ୍ରିନାଥ ପଟ୍ଟନାୟକ, ମହାବୋଧି ସମିତି ଟ୍ରଷ୍ଟି ଡ଼, ସୌମେନ୍ଦ୍ର ମହାପାତ୍ର, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ମହର୍ଷି ଦୟାନନ୍ଦ ମିଶନ ପକ୍ଷରୁ ଡ଼. ବିକାଶ ପଣ୍ଡା, ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ପ୍ରବୀର ଆର୍ଯ୍ୟ, ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Comments are closed.