ଜାତୀୟ ସାକ୍ଷରତା ଦିବସ ପାଳିତ

ଫୁଲବାଣୀ: ଜିଲ୍ଲା ପ୍ରଶାସନ, ଆକ୍ସନଏଡ ଏବଂ ୟୁନିସେଫ ପକ୍ଷରୁ ମିଳିତ ଭାବେ ଆଜି ବିଭିନ୍ନ ବ୍ଲକରେ ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାର ୧୨ଟି ବ୍ଲକର ଜିଲ୍ଲା ସମନ୍ୱିତ ଶିଶୁ ବିକାଶ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରିଣୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କିଶୋର ବାଳକ, ବାଳିକା ତଥା ଛାତ୍ରଛାତ୍ରୀମାନେ ସାମାଜିକ ଦୂରତା ରକ୍ଷା କରି ଏବଂ ମାସ୍କ ପିନ୍ଧି ବାଲ୍ୟ ବିବାହକୁ ନା, ସ୍କୁଲକୁ ହଁର ଶପଥ ପାଠ କରିଥିଲେ। ଏଥିସହ ଶୋଭାଯାତ୍ରା, ପଥପ୍ରାନ୍ତ ନାଟକ ଏବଂ ମାନବ ଶୃଙ୍ଖଳ ମାଧ୍ୟମରେ ଜନସାଧାରଣଙ୍କୁ ବାଲ୍ୟ ବିବାହ ନକରିବା, ବାଳିକା ଶିକ୍ଷା ଦେବା ଆଦି ଉପରେ ଲୋକଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ ଏବଂ ଶିଶୁ ବିକାଶ ଯୋଜନାର କର୍ମଚାରୀମାନେ ସହଯୋଗ କରିଥିଲେ।

Comments are closed.