ସ୍ୱାଗତିକା ଫାଉଣ୍ଡେସନର ପ୍ରତିଷ୍ଠା ଉତ୍ସବ

ଚୌଦ୍ୱାର : ସମାଜସେବା ଅନୁଷ୍ଠାନ ଚୌଦ୍ୱାରସ୍ଥିତ ସ୍ୱାଗତିକା ଫାଉଣ୍ଡେସନର ପ୍ରଥମ ବାର୍ଷିକ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇ ଯାଇଛି । ଫାଉଣ୍ଡେସନ୍ ସଭାପତି ଦେବେନ୍ଦ୍ର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ରୂପଯାତ୍ରା ପଡ଼ିଆରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ସୁପ୍ରତିଷ୍ଠିତ ପାରମ୍ପରିକ ଲୋକନୃତ୍ୟ କଳାକାର ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସ, ହିନ୍ଦ୍ ସେବକ ସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ, ପୂର୍ବତନ ନଗରପାଳ କୈଳାସ ଚନ୍ଦ୍ର ବେହେରା, ଇଂ ସୁବୋଧ କୁମାର ନାୟକ, ପାଞ୍ଚ ପରଗଣା ତୈଳିକ ବୈଶ୍ୟ ସମାଜ ସଭାପତି ଦୟାନିଧି ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅସହାୟ, ଦୁଃସ୍ଥ ଓ ପୀଡ଼ିତ ମାନଙ୍କ ପାଇଁ ସଂଗଠନର ସେବାକାର୍ଯ୍ୟକୁ ପ୍ରଶଂସା କରିଥିଲେ । ବାଣୀ ଭୂଷଣ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଅଜିତ୍ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.