ଗୋପବନ୍ଧୁ ମହିଳା କଲେଜରେ ସ୍ୱଚ୍ଛଭାରତ ଅଭିଯାନ

ଆଠଗଡ :  ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜ ଏନଏସଏସ ପକ୍ଷରୁ ସ୍ୱଚ୍ଛଭାରତ ଅଭିଯାନ ଅନ୍ତର୍ଗତ ସଚେତନତା ସୃଷ୍ଟି ସହିତ ସଫେଇ କାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ର ଉଦଘାଟନ କରି ଏକ ସୁସ୍ଥ ଜୀବନ ପାଇଁ ସ୍ୱଚ୍ଛତା ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଅପରିଷ୍କାର ଓ ଦୂଷିତ ପରିବେଶରେ ଜୀବନ ଅତିବାହିତ କରିବା ଦ୍ୱାରା ଅନେକ ସଂକ୍ରାମକ ରୋଗର ଶିକାର ହେବାର ଆଶଙ୍କା ରହିଥିବାରୁ ନିଜ ଘର ଓ ପରିସର ସମେତ ଅଞ୍ଚଳର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ଶ୍ରୀମତୀ ମହାପାତ୍ର ପ୍ରକାଶ କରିଥିଲେ। ଏନଏସଏସ ଯୋଜନା ଅଧିକାରୀ ଅଧ୍ୟାପିକା ବସିରା ବେଗମଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଚେତନତା ସଭାରେ ବରିଷ୍ଠ ଅଧ୍ୟାପିକା ବବିତା ସାହୁ, ଟ୍ୱିଙ୍କିଲ ମିଶ୍ର, ସୂର୍ଯ୍ୟକାନ୍ତି ମହାପାତ୍ର ପ୍ରମୁଖ ନିଜ ମତ ବ୍ୟକ୍ତ ଥିଲେ । ଏନଏସଏସର ସ୍ୱେଚ୍ଛାସେବୀ ଛାତ୍ରୀମାନେ ଦୀର୍ଘଦିନ ଧରି ବନ୍ଦ ରହିଥିବା କଲେଜ ପରିସରରେ ପଡିଥିବା ଅଳିଆ ଆବର୍ଜନା ଏବଂ ଅନାବନା ଗଛ ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିବାବେଳେ ଅଧ୍ୟାପିକା ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.