ବର୍ଜ୍ୟବସ୍ତୁ ପରିଚାଳନାରେ ଓଡ଼ିଶା ଦେଶରେ ଶ୍ରେଷ୍ଠ; ଦେଖନ୍ତୁ କ’ଣ କହୁଛନ୍ତି ମନ୍ତ୍ରୀ

ଭୁବନେଶ୍ବର : ସ୍ୱଚ୍ଛ ସର୍ଭେକ୍ଷଣ-୨୦୨୦ରେ ଗୁରୁବାର ଓଡ଼ିଶାକୁ ସାରା ଦେଶରେ ଏକ ନମ୍ବର ସ୍ଥାନ ମିଳିଛି।  କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନାରେ ଓଡ଼ିଶାର ପ୍ରଦର୍ଶନ ସବୁଠାରୁ ଭଲ ରହିଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ଏହି ପୁରସ୍କାର fastest moving state ଭାବେ ଓଡ଼ିଶାକୁ ପ୍ରଦାନ କରିଛନ୍ତି। ସେହିପରି ବ୍ରହ୍ମପୁରକୁ ‘ବେଷ୍ଟ ମିଡିୟମ ସିଟି ଇନ ଇନୋଭେସନ ଆଣ୍ଡ ବେଷ୍ଟ ପ୍ରାକ୍ଟିସ’ରେ ଏକ ନମ୍ବର ସହର ଭାବେ ପୁରସ୍କୃତ କରଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଭାଗର ସମସ୍ତ ଅଧିକାରୀଙ୍କୁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଧନ୍ୟବାଦ ଜଣାଇଛନ୍ତି।

Comments are closed.