ସ୍ୱାବ ଟେଷ୍ଟ କରିବାକୁ ଦାବି : କ୍ଵାରେଣ୍ଟାଇନ ସେଣ୍ଟରରେ ଅନଶନରେ ବସିଲେ ପ୍ରବାସୀ

ତିହିଡି : ଭଦ୍ରକ ଜିଲା ତିହିଡି ବ୍ଲକ ଅଞ୍ଚଳରେ ଥିବା ଏକ କ୍ବାରେଣ୍ଟାଇନ୍ ସେଣ୍ଟରରେ ମଙ୍ଗଳବାର ସ୍ୱାବ ଟେଷ୍ଟ କରିବା ଦାବିରେ ପ୍ରବାସୀମାନେ ଅନଶନରେ ବସିଥିବା ଜଣାପଡିଛି। ।
ସୂଚନା ଅନୁଯାୟୀ, ଭଦ୍ରକ ଜିଲା ତିହିଡି ବ୍ଲକର ମୁକୁନ୍ଦପୁର ପଞ୍ଚାୟତର ଆରସା ହାଇସ୍କୁଲରେ କ୍ଵରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ରହୁଛନ୍ତି । ସେମାନେ ଆସିବା ବେଳେ ସ୍କ୍ରିନିଂ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ୟ୍ୟନ୍ତ ସ୍ୱାବ ଟେଷ୍ଟ କରାଯାଇନାହିଁ । ତେବେ କ୍ଵରେଣ୍ଟାଇନରେ ରହୁଥିବା ସମସ୍ତ ପ୍ରବାସୀ ଆଜି ସେଣ୍ଟର ମଧ୍ୟରେ ଅନଶନରେ ବସିଛନ୍ତି । ସ୍ୱାବ ଟେଷ୍ଟ ନହେବା ପର୍ୟ୍ୟନ୍ତ ସେମାନେ ଅନଶନରେ ବସିରହିବେ ବୋଲି ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟକର୍ମୀ ଆସି ଗେଟ ବାହାରୁ ପଚରା ଉଚୁରା କରି ପଳାଇଯାଉଥିବା ପ୍ରବାସୀମାନେ ଅଭିଯୋଗ କରିଛନ୍ତି। ସେଣ୍ଟରର ୩ ଜଣ ଯୁବକ ଅସୁସ୍ଥ ଥିବାବେଳେ ସେମାନଙ୍କର ପରୀକ୍ଷା କରାଯାଉନଥିବା ଅଭିଯୋଗ ହୋଇଛି।

Comments are closed.