ବେଲଗାଁରେ ଆନ୍ଟିଜେନ ଟେଷ୍ଟ ଆରମ୍ଭ

ବେଲଗାଁ : ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ଟେଷ୍ଟ ଲକ୍ଷ୍ୟ ନେଇ ସଇଁନ୍ତଲା ସିଏଚସି ସ୍ୱାସ୍ଥ୍ୟ ଅଧିକାରୀ ଡା. ସମରେନ୍ଦ୍ରୁ ମହାପାତ୍ର ତଥା ବେଲଗାଁ ସ୍ୱାସ୍ଥ୍ୟ ଅଧିକାରୀ ଡା. ବିକାଶ ରଞ୍ଜନ ନାୟକ, ଡା. ମାଧବିଲତା ଦାଶଙ୍କ ତତ୍ୱାବଧାନରେ ଆଜି ବେଲଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ଏକ ଶିବିରରେ ୧୧୭ ଜଣଙ୍କ ଆଣ୍ଟିଜେନ କାର୍ଡରେ ସ୍ୱାବ ପରୀକ୍ଷା କରାଯାଇଛି। ଏନେଇ ରିପୋର୍ଟ ଜିଲା ପ୍ରଶାସନକୁ ଜଣାଇ ଦିଆଯାଇଥିବା ସ୍ୱାସ୍ଥ୍ୟ ଅଧିକାରୀ ଡା. ନାୟକ କହିଛନ୍ତି। ସଇଁନ୍ତଲା ତଥା ବେଲଗାଁ ସ୍ୱାସ୍ଥ୍ୟ ଟିମ୍ ପକ୍ଷରୁ କୋଭିଡ ଯୋଦ୍ଧା ଲମ୍ବୋଦର ସାହୁ, ପଲ୍ଲବି ସାହୁ, ଲିଲି ସାହୁ, ଜାମିନି ମେହେର, ସନ୍ତୋଷ ବେହେରା, ଶଦାସିବ କଠାର, ନରସିଂହ ସୁରେନ, ଭୋଟମନ ଦଣ୍ଡସନା, ସୀମାରାଣୀ ଦୀପ, ଚନ୍ଦ୍ର ସୁନା ପ୍ରମୁଖ ପରିଚାଳନା କରିଥିଲେ। ଅପରପକ୍ଷରେ ସଇଁନ୍ତଲା ଡାକ୍ତରଖାନାରେ ୧୦୦ ଜଣଙ୍କ ଆନ୍ଟିଜେନ ଟେଷ୍ଟ କରାଯାଇଥିଲା। ଗତକାଲି ସଇଁନ୍ତଲା ବ୍ଲକ ତଥା ଡାକ୍ତରଖାନାରେ ୧୫୯ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ସମସ୍ତ ବ୍ଲକ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ ରହିଥିବା ବିଡିଓ ଦେବାଶିଷ ସାମଲ କହିଛନ୍ତି। ଆଗାମୀ ଦିନରେ ବ୍ଲକ ଅଂଚଳର ବିଭିନ୍ନ ସ୍ଥାନରେ ରାପିଡ ଆନ୍ଟିଜେନ ଟେଷ୍ଟ ସହ ମହାମାରୀର ଗୋଷ୍ଠୀ ସଂକ୍ରମଣ ଆଶଙ୍କା ନେଇ ପ୍ରକୃତ ସ୍ଥିତି ପ୍ରଶାସନ ଆକଳନ କରାଯିବ ବୋଲି ଜଣାଯାଇଛି।