ଘଣ୍ଟିଖାଲରେ ସ୍ୱାବ ସଂଗ୍ରହ

ଗୁରୁଡିଝାଟିଆ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ଘଣ୍ଟିଖାଲ ସ୍କୁଲରେ ସ୍ୱାବ ସଂଗ୍ରହ କରାଯାଇଛି। ଘଣ୍ଟିଖାଲ, ନାରଙ୍ଗବସ୍ତ, ଆରତୀଷ୍ଟିଲ ଓ ଖୁଣ୍ଟୁଣୀ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କ ସହିତ ଗୋବରା, ମହାଳପଡା, ଆଠଗଡ ଆଦି ସ୍ଥାନମାନଙ୍କରୁ ଶହେ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଛି। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସଙ୍କ ନେତୃତ୍ୱରେ ଡାକ୍ତର ଦୀପକ ରାଜ, ଡାକ୍ତର ଦେବୀ ପ୍ରସନ୍ନ ଗିରି, ଡାକ୍ତର ମଧୁସ୍ମିତା ପ୍ରଧାନ, ଡାକ୍ତର ସ୍ୱର୍ଣ୍ଣପ୍ରଭା ରାଉତରାୟ, ଦେବୀ ପ୍ରସନ୍ନ ନନ୍ଦ, କବିତାରାଣୀ ଦାସ, ପୁଷ୍ପମିତ୍ରା ଦାସ, ସତ୍ୟ ସମ୍ଭ୍ରମ ବେଉରା, ଶିକ୍ଷକ ନୀଳମଣି ନାୟକ, ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀଧର ମହାନ୍ତି ଓ ମଞ୍ଚେଶ୍ୱର ସରପଞ୍ଚ ପ୍ରିୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।