୨୦୨୦ ଏପ୍ରିଲରୁ ଭାରତରେ ଡିଜେଲ କାର ଉତ୍ପାଦନ ବନ୍ଦ କରିବ ମାରୁତି

ନୂଆଦିଲ୍ଲୀ :ମାରୁତି ସୁଜୁକି ଇଣ୍ଡିଆ (ଏମ୍‌ଏସ୍‌ଆଇ) ଲିମି​ଟେଡ‌ ଆସନ୍ତା ବର୍ଷ ଏପ୍ରିଲରୁ ଭାରତରେ ଏହାର ସମସ୍ତ ଡିଜେଲ କାର ଉତ୍ପାଦନ ବନ୍ଦ କରିବ ​ବୋଲି କହିଛି । ଚଳିତ ବିତ୍ତୀୟ ବର୍ଷରେ ଯାନ ବିକ୍ରି କ୍ଷେତ୍ରରେ ଅଭିବୃଦ୍ଧି ହାର ଦୁର୍ବଳ ରହିବା ନେଇ କମ୍ପାନୀ ପକ୍ଷରୁ ଆକଳନ କରାଯାଇଛି। ତେବେ ଅଶୋଧିତ ତୈଳ ଦର ଅନିଶ୍ଚିତତା ମଧ୍ୟରେ ରହିବା ଏବଂ କଠୋର ନିସଃରଣ ନିୟମ କମ୍ପାନୀକୁ ​‌ଡିଜେଲ କାର ଉତ୍ପାଦନ ବନ୍ଦ କରିବାକୁ ବାଧ୍ୟ କରିଛି । ଏହି କଠୋର ନିସଃରଣ ନିୟମ ଆସନ୍ତାବର୍ଷଠାରୁ ଲାଗୁ ହେବାକୁ ଯାଉଥିବା ଦୃଷ୍ଟିରୁ କାର କମ୍ପାନୀଗୁଡିକୁ ଡିଜେଲ କାର ନିମନ୍ତେ ସେମାନଙ୍କର ଟେକ୍ନୋଲୋଜି ଅପ୍‌ଗ୍ରେଡ୍‌ କରିବାକୁ ହେବ, ଯେଉଁଥିପାଇଁ କମ୍ପାନୀଙ୍କୁ ବ୍ୟାପକ ନିବେଶ କରିବାକୁ ହେବ। ​‌
୨୦୨୦ ଏପ୍ରିଲରୁ କମ୍ପାନୀ ଡିଜେଲ କାର ବିକ୍ରି କରିବ ନାହିଁ ା ତେବେ କମ୍ପାନୀର ଡିଜେଲ କାରର ସେଭଳି ଚାହିଦା ନ ଥିବା ମଧ୍ୟ ମାରୁତି ଅଧ୍ୟକ୍ଷ ଆର୍‌.ସି. ଭାର୍ଗବ କହିଛନ୍ତି । ଯଦିବା ଏମ୍‌ଏସ୍‌ଆଇ ୧୫୦୦ ସିସିରୁ ଅଧିକ କ୍ଷମତା ବିଶିଷ୍ଟ ଡିଜେଲ କାର ବିକ୍ରି କରିବାକୁ ବିଚାର କରିପାରେ।  କେବଳ ମାରୁତିର ବଲେନୋ ଏହି କାଟାଗୋରୀରେ ଆସୁଛି, ଯାହାର ଭବିଷ୍ୟତ ରହିଛି । ଏକ ବିଏସ୍‌ଆଇଭି ଯାନ ବିକ୍ରି କରିବା ଏବଂ ପଞ୍ଜିକରଣ କରିବା ନିମନ୍ତେ ଶେଷ ସମୟସୀମା ସରକାର ୨୦୨୦ ମାର୍ଚ ୩୧ ଧାର୍ଯ୍ୟ କରିଛନ୍ତି। ସମ୍ପ୍ରତି ନିର୍ବାଚନ ଫଳ ଏକ ଅନିଶ୍ଚିତତା ସୃଷ୍ଟି କରିଥିବା​‌​ବେଳେ ଇରାନ୍‌ ପ୍ରସଙ୍ଗକୁ କେନ୍ଦ୍ର କରି ବିଶ୍ବ ବଜାରରେ ଅଶୋଧିତ ତୈଳ ଦରକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ବର୍ତ୍ତମାନ ଦେଶର ଅଟୋ କ୍ଷେତ୍ର ମାନ୍ଦାବସ୍ଥା ଦେଇ ଗତି କରୁଛି ା ପୂର୍ବରୁ ନିର୍ବାଚନ ପୂର୍ବରୁ ୨୦୦୮ରେ ଏବଂ ୨୦୧୩ରେ ଅଟୋ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଥିଲା।

Comments are closed.