ସଂସଦ ଭବନ ନିକଟରୁ ସନ୍ଦିଗ୍ଧ ବ୍ୟକ୍ତି ଗିରଫ : କୋଡ ୱାର୍ଡରେ ଲେଖା ଚିଠି ଜବତ

ନୂଆଦିଲ୍ଲୀ : ସଂସଦ ଭବନ ନିକଟସ୍ଥ ବିଜୟ ଚୌକରୁ ବୁଧବାର ସକାଳେ ଦିଲ୍ଲୀ ପୁଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି। ତା’ ପାଖରୁ ଏକ ଚିଠି ମିଳିଛି ଯାହା କୋଡ ୱାର୍ଡରେ ଲେଖା ଯାଇଛି। ତାକୁ ସଂସଦ ଭବନ ଛକ ଥାନାକୁ ନିଆଯାଇଛି, ଯେଉଁଠାରେ ତାକୁ ଭାବେ ପଚରାଉଚୁରା କରା ଯାଉଛି। ପୁଲିସ, ଆଇବି ଏବଂ ଅନ୍ୟାନ୍ୟ ଗୁପ୍ତଚର ସଂସ୍ଥା ଭଳି ଅନେକ ଅନୁସନ୍ଧାନକାରୀ ସଂସ୍ଥା ତାକୁ ମିଳିତ ଭାବେ ପଚରାଉଚୁରା କରୁଛନ୍ତି।

ଏହି ବ୍ୟକ୍ତି ଜଣଙ୍କ ଧରାପଡିବା ପରେ ସଂସଦ ଭବନ ଏବଂ ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଗିରଫ ହୋଇଥିବା ଯୁବକ ହେଉଛନ୍ତି କାଶ୍ମୀରର ବୋଲି ଜଣାପଡିଛି। ତେବେ ସନ୍ଦେହଜନକ ପରିସ୍ଥିତିରେ ସେ ସଂସଦ ଭବନ ନିକଟରେ ବୁଲୁଥିଲେ, ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଏହା ଏକ ସାଧାରଣ ପ୍ରକ୍ରିୟା। ପଚରାଉଚୁରା ପରେ ଏ ନେଇ ଯାହା କିଛି କୁହାଯାଇପାରେ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାରମ୍ଭରେ ଯୁବକ ଜଣକ ନିଜ ବିଷୟରେ ବାରମ୍ବାର ଭିନ୍ନ ଭିନ୍ନ ତଥ୍ୟ ଦେଉଥିଲା। ତେବେ ପୁଲିସ ନିଜ ହେପାଜତକୁ ନେଇ ପଚରାଉଚୁରା ବେଳେ ସେ କହିଥିଲା ଯେ ସେ କାଶ୍ମୀରର ବଡଗାମର ବାସିନ୍ଦା।

ତା’ଠାରୁ ଏକ ବ୍ୟାଗ ଉଦ୍ଧାର କରାଯାଇଛି ଯେଉଁଥିରୁ ଦୁଇଟି ପରିଚୟ ପତ୍ର ମିଳିଛି ଏବଂ ଉଭୟରେ ଭିନ୍ନ ଭିନ୍ନ ନାମ ଲେଖାଯାଇଛି। ତା’ଠାରୁ ଆଧାର କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ମିଳିଛି, ଉଭୟରେ ଭିନ୍ନ ଭିନ୍ନ ନାମ ଲେଖାଯାଇଛି। ଡ୍ରାଇଭିଂ ଲାଇସେନ୍ସରେ ତା’ ନାମ ଫିର୍ଡସ୍ ବୋଲି ଲେଖାଯାଇଥିବାବେଳେ, ଆଧାର କାର୍ଡରେ ଅହମ୍ମଦ ଆଙ୍ଗେର ବୋଲି ଲେକାଯାଇଥିବା ସୂଚନା ମିଳିଛି।

ଅନୁସନ୍ଧାନରୁ ଜଣାପଡିଛି ଯେ ସେ ୨୦୧୬ରେ ଦିଲ୍ଲୀ ବୁଲିବାକୁ ଆସିଥିଲା। ପରେ ସେ କହିଥିଲା ଯେ ଲକଡାଉନ ସମୟରେ ଏଠାକୁ ଆସି ଫେରିପାରି ନାହିଁ। ତେବେ ସେ ଦିଲ୍ଲୀରେ କେଉଁଠାରେ ରୁହେ ବୋଲି ପଚରାଯିବାରୁ, ସେ ଜାମା ମସଜିଦ୍, ନିଜାମୁଦ୍ଦିନ ଏବଂ ଜାମିଆ ଅଞ୍ଚଳରେ ରହୁଥିବା ବିଷୟରେ କହିଥିଲା।

Comments are closed.