ଭିମ୍‌ସାର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ; ମହାନଦୀ ପୋଲ ତଳୁ ମିଳିଲା ମୃତଦଦେହ, ହତ୍ୟା ଅଭିଯୋଗ

ବୁର୍ଲା : ପୁଣି ଚର୍ଚ୍ଚାର ପରିସର ଭୁକ୍ତ ହେଲା ମହାନଦୀ ପୋଲ। ପୁଣି ଜଣେ ଯୁବକଙ୍କ କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହ ବୁର୍ଲା ମହାନଦୀ ପୋଲ ତଳୁ ଟାଙ୍ଗରା ଭୁଇଁରୁ ଉଦ୍ଧାର କରାଯାଇଛି। ପ୍ରଥମେ ଯୁବକଙ୍କ ପରିଚୟ ହସ୍ତଗତ ହୋଇ ନ ଥିବା ବେଳେ ପରେ ବୁର୍ଲା ଭିମସାର ମେଡ଼ିକାଲ କଲେଜର ଡ଼ିଏମଆରଟି ଛାତ୍ର ୨୫ ବର୍ଷିୟ ବିଶ୍ୱରଞ୍ଜନ ଷଡ଼ଙ୍ଗୀ ବୋଲି ଜାଣିବାକୁ ମିଳିଥିଲା। ତେବେ ସନ୍ଦେହଜନକ ଭାବରେ ମୃତୁଦେହ ଉଦ୍ଧାର ହୋଇଥିବା ବେଳେ ଯୁବକଙ୍କ ପିତା ହତ୍ୟା ଅଭିଯୋଗ ଆଣିଛନ୍ତି। ଏହି ମହାନଦୀ ପୋଲ ଏକପ୍ରକାର ସୁଇସାଇଡ଼ ପଏଣ୍ଟରେ ପରିଣତ ହେଲାଣି ଆଲବମ କୁଇନ ସେଲଫି ବେବୋ ବା ସିମ୍ରନଙ୍କ ମୃତଦେହ କ୍ଷତାକ୍ତ ଅବସ୍ଥାରେ ଏହି ପୋଲ ତଳୁ ଗତ ୨୦୧୯ ମସିହା ଜାନୁଆରୀ ମାସରେ ଉଦ୍ଧାର କରାଯାଇଥିଲା। ଏହାକୁ ନେଇ ମଧ୍ୟ ବିଭିନ୍ନ ପ୍ରକାର ବିବାଦୀୟ ସ୍ଥିତି ମଧ୍ୟ ଉତ୍ପନ୍ନ ହୋଇଥିଲା। ପୁଣି ଏହି ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ଘଟଣାକୁ କି ମୋଡ଼ ନେବ ତାହା ଦେଖିବାକୁ ବାକି ରହିଲା।

ସୁଚନା ଥାଉକି, ଭିମସାର ମେଡ଼ିକାଲ କଲେଜରେ ବିଶ୍ୱରଞ୍ଜନ ଷଡ଼ଙ୍ଗୀ ଜଣେ ଡ଼ିଏମଆରଟି(ଡ଼ିପ୍ଲମା ଇନ ରେଡ଼ିଓଲୋଜି ଥେରାପି)ର ଛାତ୍ର। ଆଜି ସକାଳୁ ତାଙ୍କର କ୍ଷତବିକ୍ଷତ ମୃତଦେହ ବୁର୍ଲା ମହାନଦୀ ପୋଲ ତଳେ ଗୁହିରାଟିକ୍ରା ମନ୍ଦିର ଯିବା ରାସ୍ତା କଡ଼ ପୋଲ ତଳେ କ୍ଷତବିକ୍ଷତ ଅବସ୍ଥାରେ ପଡ଼ି ରହିଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ଏହାକୁ ନେଇ ବୁର୍ଲା ଥାନାକୁ ଅବଗତ କରାଯାଇଥିବା ବେଳେ ବୁର୍ଲା ଥାନା ପକ୍ଷରୁ ଶବକୁ ଯାଇ ଘଟଣା ସ୍ଥଳରୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଯୁବକର ହାତଗୋଡ଼, ଦେହ ଏବଂ ମୁହଁ ସମସ୍ତ ସ୍ତାନରୁ ପ୍ରଚୁର ରକ୍ତଶ୍ରାବ ହୋଇଥିବା ବେଳେ ନିକଟରେ ରକ୍ତଛିଟା ଜମି ରହିଥିବା ଦେଖିବାକୁ ମିଳିଥିଲା। ତେବେ ସନ୍ଦେହଜନକ ଭାବରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରାରମ୍ଭିକ ଭାବରେ ଯୁବକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ପରେ ପୁଲିସ ତଦନ୍ତ ପରେ ମୃତ ଯୁବକ ଜଣକ ଭିମସାରର ଡ଼ିଏମଆରଟି ଛାତ୍ର ବିଶ୍ୱରଞ୍ଜନ ବୋଲି ଜଣାପଡ଼ିଥିଲା। ତେବେ ବିଶ୍ୱରଞ୍ଜନ ଆତ୍ମହତ୍ୟା କରିଥିବା ନେଇ ଚର୍ଚ୍ଚା ଯୋର ଧରିଥିବା ବେଳେ ସନ୍ଦେହଜନକ ଭାବରେ ସମ୍ପୁର୍ଣ୍ଣ କ୍ଷତାକ୍ତ ଅବସ୍ତାରେ ମୃତଦେହ ଉଦ୍ଧାର ହେବା ଘଟଣାକୁ ସନ୍ଦେହ ପରିସରଭୁକ୍ତ କରାଉଛି। ସେପଟେ ସୁନ୍ଦରଗଡ଼ ଅଞ୍ଚଳର ମୃତ ବିଶ୍ୱଙ୍କ ପିତା ଚିତ୍ତରଞ୍ଜନ ଷଡ଼ଙ୍ଗୀ ବୁର୍ଲାକୁ ପହଞ୍ଚିବା ପରେ ତାଙ୍କର ପୁଅ ଆତ୍ମହତ୍ୟା କରିବାର କୌଣସି କାରଣ ନାହିଁ ତାକୁ ଯୋଜନାବଦ୍ଧ ଭାବରେ ତାଙ୍କ ପୁଅ ବିଶ୍ୱକୁ ହତ୍ୟା କରାଯାଇଥିବା ନେଇ ଗୁରୁତର ଲିଖିତ ଅଭିଯୋଗ ଆଣିଥିବା ବୁର୍ଲା ଥାନାର ଏସଆଇ ସଙ୍ଘମିତ୍ରା ଦାସଙ୍କ ସୁତ୍ରରୁ ପ୍ରକାଶ ପାଇଛି। ପୁଣି ବିଶ୍ୱ ବାପା ଚିତ୍ତରଞ୍ଜନଙ୍କୁ ଫୋନ କରି ଘରକୁ ଆସିବି ବୋଲି କହିଥିବା ମଧ୍ୟ ପ୍ରକାଶ କରିଥିଲେ ମୋ ପୁଅକୁ ମାରି ଦିଆଯାଇଛି ଅଭିଯୋଗ ଆଣିଛନ୍ତି। ସେପଟେ ଏହି ଘଟଣାକୁ ନେଇ ବୁର୍ଲା ଏସଡ଼ିପିଓ ସତ୍ୟବ୍ରତ ଦାସ ଛାତ୍ର ଜଣକ ବାହାରେ ଭଡ଼ାଘରେ ରହୁଥିବା ତାଙ୍କର କୋଠରୀ ଯାଞ୍ଚ କରାଯାଇଥିବା ବିଶେଷ କିଛି ହାତକୁ ଲାଗି ନ ଥିବା ଏବଂ ଶବକୁ ବ୍ୟବଚ୍ଛେଦ କରାଯିବା ପରେ ଛାତ୍ରଙ୍କ ମୃତ୍ୟୁ ଘଟଣା ସ୍ପଷ୍ଟ ହୋଇ ପାରିବ ବୋଲି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମୃତ ବିଶ୍ୱ ଭିମସାର ମେଡ଼ିକାଲ କଲେଜର ଡ଼ିଏମଆରଟି ଛାତ୍ର ଗତ ୨୦୨୦ ମସିହାରେ ସେ ପରୀକ୍ଷାରେ ତାଙ୍କର ବ୍ୟାକ୍ ରହିଥିବା ବେଳେ ସେ ଜଣେ ଶାନ୍ତ ସ୍ୱଭାବର ଏବଂ ସମସ୍ତଙ୍କୁ ସମ୍ମାନ ଦେଖାଉଥିବା ଯୁବକ ଥିଲେ ବୋଲି ଭିମସାର ସୁତ୍ରରୁ ପ୍ରକାଶ ପାଇଛି। ସେପଟେ ଏହି ଦୁଃଖଦ ଅଘଟଣ ଘଟିଥିବା ସ୍ତାନ ମହାନଦୀ ପୋଲ ଏକ ସୁଇସାଇଡ଼ ପଏଣ୍ଟ ହେବାକୁ ବସିଲାଣି। ଦିନକୁ ଦିନ ଏହି ପୋଲ ଉପରୁ ପଡ଼ି ମୃତ୍ୟୁଘଟଣା ଘଟିବାର ଦୃଷ୍ଟାନ୍ତ ପ୍ରତିବର୍ଷ ଦେଖିବାକୁ ମିଳୁଛି। ଏପରିକି ଓଡ଼ିଆ ଆଲବମ କୁଇନ ସେଲଫି ବେବୋଙ୍କ ଆତ୍ମହତ୍ୟା ନା ହତ୍ୟା ତାହା ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୁଲିସ ପକ୍ଷରୁ ଏହାକୁ ଆତ୍ମହତ୍ୟା କୁହାଯାଉଛି। ସେପଟେ ପୁଣି ଜଣେ ଛାତ୍ରଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହେବା ପୁଣି ଏହି ସୁଇସାଇଡ଼ ହବ୍ ପାଲଟିଥିବା ମହାନଦୀ ପୋଲକୁ ପୁଣି ଚର୍ଚ୍ଚାର ପରିସର ଭୁକ୍ତ କରିଛି। ସେପଟେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ଏପରି ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ସିସିଟିଭି ବା କ୍ଲୋଜ ସାର୍କିଟ କ୍ୟାମେରା ଲଗାଯିବା କ୍ଷେତ୍ରରେ କୌଣସି ବିହିତ ପଦକ୍ଷେପ ଉଠାଯାଇ ପାରି ନାହିଁ। ଯାହା ଫଳରେ ଏଭଳି ଦୁଃଖଦ ଘଟଣା ମାନ ଘଟିବା ସହିତ ସନ୍ଦେହ ଘେରରେ ରହିଯାଉଥିବା ନେଇ ସଚେତନ ମହଲରେ ଚର୍ଚ୍ଚା ହେଉଛି।

Comments are closed.