ଅକ୍ଟୋବରରେ ଜାତୀୟ କ୍ରୀଡ଼ା ଆୟୋଜନକୁ ନେଇ ଆଶଙ୍କା

ପାନାଜି  : ଗୋଆରେ ୩୬ତମ ଜାତୀୟ କ୍ରୀଡ଼ା ଅକ୍ଟୋବର ୨୦ରୁ ନଭେମ୍ବର ୪ ପର୍ୟ୍ୟନ୍ତ ଆୟୋଜିତ ହେବା ନେଇ କାର୍ୟ୍ୟସୂଚୀ ସ୍ଥିର ହୋଇଛି। କରୋନା ମହାମାରୀ ଆତଙ୍କ ପାଇଁ ଆସନ୍ତା ଅକ୍ଟୋବରରେ ଜାତୀୟ କ୍ରୀଡ଼ା ଆୟୋଜନ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ଜାତୀୟ କ୍ରୀଡ଼ା ଆୟୋଜନ ନେଇ ପ୍ରସ୍ତୁତିରେ ଏବେ କରୋନା ମହାମାରୀ ପ୍ରତିବନ୍ଧକ ସାଜିଛି। ଏଭଳି ସ୍ଥଳେ ପ୍ରତିଯୋଗିତା ନିର୍ଦ୍ଧାରିତ ସମୟରେ ଆୟୋଜିତ ନେଇ ସ୍ପଷ୍ଟ କରିବାକୁ ଗୋଆ ସରକାର ଭାରତୀୟ ଅଲିମ୍ପିକ୍‌ସ ମହାସଂଘ(ଆଇଓଏ)କୁ ସ୍ପଷ୍ଟୀକରଣ ମାଗିଛି।ଗୋଆ କ୍ରୀଡ଼ା ସଚିବ ଅଶୋକ କୁମାର ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟାଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି ଯେ, କରୋନା ମହାମାରୀ ପାଇଁ ଏବେ ମେ ୩୧ ପର୍ୟ୍ୟନ୍ତ କ୍ରୀଡ଼ା ପ୍ରତିଯୋଗିତା ଭାରତରେ ବନ୍ଦ ରହିଛି।ଫଳରେ ଜାତୀୟ କ୍ରୀଡ଼ାରେ ଭାଗନେବା ଲାଗି ଯୋଗ୍ୟତା ଅର୍ଜନ କରିବା ଅସମ୍ଭବ ହୋଇପଡ଼ିଛି। ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିବା ଏବେ ସବୁଠାରୁ ବଡ଼ ସମସ୍ୟା ହୋଇଛି। ଆଇଓଏ ପ୍ରତିଯୋଗିତା ନିର୍ଦ୍ଧାରିତ ସମୟରେ ଆୟୋଜନ କରିବା ନେଇ ସ୍ପଷ୍ଟ କରିବାକୁ କୁମାର ଦାବି କରିଛନ୍ତି। ଆଇଓଏ ଏଥିନେଇ ଆଲୋଚନା କରିବା ଆବଶ୍ୟକ। କିଭଳି ବିଭିନ୍ନ ରାଜ୍ୟ ଓ ଖେଳାଳିମାନେ ଯୋଗ୍ୟତା ହାସଲ କରିବେ ସେ ନେଇ ଯୋଜନା କରିବାର ସମୟ ଆସିଛି। ଦେଶରେ ଏ​‌େ​‌ବ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏଭଳି ସ୍ଥଳେ କ୍ରୀଡ଼ା ପ୍ରତିଯୋଗିତା କେବେ ଫେରିବ ତାହାକୁ ନେଇ ଅସ୍ପଷ୍ଟ ରହିଛି। ଆଇଓଏ ପୂର୍ବ ନିର୍ଦ୍ଧାରିତ ସମୟରେ ଜାତୀୟ କ୍ରୀଡ଼ା ଆୟୋଜନ ନେଇ ଚିନ୍ତା କରିବା ଆବଶ୍ୟକ ।
ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ପୂର୍ବ ନିର୍ଦ୍ଧାରିତ ସମୟରେ ଆୟୋଜିତ ହେବ କି ସ୍ଥଗିତ ରଖାଯିବ ସେ ନେଇ ଆଇଓଏ ସ୍ପଷ୍ଟ କରିବାକୁ ଗୋଆ କ୍ରୀଡ଼ା ସଚିବ ଶ୍ରୀ କୁମାର କହିଛନ୍ତି। ଏବେ ବିଶ୍ବରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବାବେଳେ ଅକ୍ଟୋବରରେ ମଧ୍ୟ ଜାତୀୟ କ୍ରୀଡ଼ା ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ସ୍ଥ​‌େ​‌ଳ ଜାତୀୟ କ୍ରୀଡ଼ା ସ୍ଥଗିତ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।

Comments are closed.