‘ମିସ ଇଣ୍ଡିଆ କୁଇନ ଅଫ ର୍ହାଟ ମୁକୁଟ’ ପିନ୍ଧିଲେ ସୁସ୍ମିତା

ସାରନଗରୀ : କଠିନ ପରିଶ୍ରମ ଦୃଢ ଇଛାଶକ୍ତି ଥିଲେ ସଫଳତା ନିଶ୍ଚିତ ବୋଲି ପ୍ରମାଣିତ କରିଛନ୍ତି ସାରନଗରୀର ସାମାଜିକ କର୍ମୀ ରାଜକିଶୋର ଭଞ୍ଜଙ୍କ ଝିଅ ସୁସ୍ମିତା । ଚଳିତମାସ ୨୬ ରୁ ଆରମ୍ଭ ହୋଇଥିବା ନୋଇଡ଼ା କ୍ରାଉନ ପ୍ଲାଜାରେ ଆୟୋଜିତ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ୧୦୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଗତ ୨୮ତାରିଖରେ ଏହା ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲ। ଶ୍ରେଷ୍ଠ ୮ଜଣ ପ୍ରତିଯୋଗୀ ଫାଇନାଲ ରାଉଣ୍ଡକୁ ମନୋନୀତ ହୋଇଥିଲେ । ଏହି ଅବସରରରେ ସେ ଅନ୍ୟ ରାଜ୍ୟର ପିଲାଙ୍କୁ ପଛରେ ପକାଇ ‘ମିସ ଇଣ୍ଡିଆ କୁଇନ ଅଫ ର୍ହାଟ -୨୦୨୧’ ମୁକୁଟ ହାସଲ କରିଛନ୍ତି । ସୁସ୍ମିତା ସଫଳତା ପାଇବା ପରେ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି । ଏଭଳି ଜାତୀୟ ସ୍ତରର ସଫଳତା ପାଇବା ନିଶ୍ଚିତ ଭାବେ ଏକ ବଡ଼ ଉପଲବ୍ଧି । ଆଗାମୀ ଦିନରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହେବାକୁ ଆଶା ରଖିଥିବା ସୁସ୍ମିତା କହିଛନ୍ତି । ଏଥିପାଇଁ ଏବେ ଠୁ ସେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ।  ଜାତୀୟ ସ୍ତରରେ ତାଙ୍କ ସଫଳତା ସୁନ୍ଦରଗଡ଼ ଜିଲାର ଗୌରବ ବଢାଇଛି ।

Comments are closed.