ବାଲାକୋଟ ଆକ୍ରମଣରେ ପାକିସ୍ତାନର କୌଣସି ନାଗରିକ ଓ ସୈନ୍ୟଙ୍କ ମୃତ୍ୟୁ ହୋଇନାହିଁ : ସୁଷମା ସ୍ୱରାଜ

ନୂଆଦିଲ୍ଲୀ : ବାଲାକୋଟ ଏୟାର ଷ୍ଟ୍ରାଇକରେ ପାକିସ୍ତାନର କୌଣସି ନାଗରିକ ଏବଂ ସୈନ୍ୟଙ୍କ ମୃତ୍ୟୁ ହୋଇନଥିବା ଶୁକ୍ରବାର ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସ୍ପଷ୍ଟ କରିଛନ୍ତି। ବିଜେପି କର୍ମକର୍ତ୍ତାଙ୍କୁ ଉଦଭୋଦନ ଦେବା ସମୟରେ ସୁଷମା କହିଛନ୍ତି, ଭାରତୀୟ ସେନାଙ୍କୁ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ କରିବା ପାଇଁ ପୂରା କ୍ଷମତା ଦିଆଯାଇଛି। ପାକିସ୍ତାନର କୌଣସି ନାଗରିକ ଓ ସୈନ୍ୟଙ୍କ ମୃତ୍ୟୁ ଯେମତି ନ ହେବ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବାଲାକୋଟରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନକୁ ନିପାତ କରିବା ଭାରତର ଲକ୍ଷ୍ୟ ରହିଥିଲା।
ସୂଚନାଯୋଗ୍ୟ ଯେ ପୁଲୱାମାରେ ଫେବୃଆରୀ ୧୪ ତାରିଖରେ ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ସିଆରପିଏଫ୍‍ ଯବାନ ସହିଦ ହୋଇଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଭାରତୀୟ ବାୟୁସେନା ଫେବୃଆରୀ ୨୬ ତାରିଖରେ ବାଲାକୋଟରେ ଆତଙ୍କୀବାଦୀ ସଂଗଠନ ଉପରେ ଆକ୍ରମଣ କରିଥିଲା।
ସୁଷମା ଆହୁରି କହିଛନ୍ତି, ଆମେ ଆତ୍ମ ସୁରକ୍ଷା କରିବା ପାଇଁ ଏହି ଏୟାର ଷ୍ଟ୍ରାଇକ କରିଥିଲୁ। ଏୟାର ଷ୍ଟ୍ରାଇକକୁ ନେଇ ଅର୍ନ୍ତଜାତୀୟ ସମୁଦାୟ ସମର୍ଥନ କରିଥିବା ସୁଷମା କହିଛନ୍ତି।

Comments are closed.