ଜଳଦସ୍ୟୁଙ୍କ ଦ୍ୱାରା ୫ ଭାରତୀୟ ନାବିକ ଅପହୃତ

ନୂଆଦିଲ୍ଲୀ : ନାଇଜେରିଆର ଜଳଦସ୍ୟୁମାନେ ୫ ଜଣ ଭାରତୀୟ ନାବିକଙ୍କୁ ଅପହରଣ କରିନେଇଛନ୍ତି। ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ମଙ୍ଗଳବାର ଏହି କଥା ଜଣାଇଛନ୍ତି। ସେ ନାଇଜେରିଆସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ୟଭୟ ଠାକୁରଙ୍କୁ ଭାରତୀୟ ନାବିକଙ୍କୁ ଜଳଦସ୍ୟୁଙ୍କ ନିକଟରୁ ଯଥାଶୀଘ୍ର ମୁକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ସୁଷମା ଟ୍ୱିଟ୍‍ କରିଛନ୍ତି ଯେ ନାଇଜେରିଆରେ ଭାରୀୟ ନାବିକଙ୍କ ଅପହରଣ ଖବର ସେ ପାଇଛନ୍ତି। ଏହାପରେ ସେ ନାଇଜେରିଆସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ ସହ ଯୋଗାଯୋଗ କରି ନାବିକଙ୍କୁ ମୁକ୍ତ କରିବାକୁ କହିଛନ୍ତି।
ସୂଚନା ଅନୁସାରେ ନାବିକମାନେ ଗତ ୨ ସପ୍ତାହ ହେବ ଘରକୁ ଫେରିନାହାନ୍ତି। ପରିବାର ଲୋକେ ସେମାନଙ୍କ ସହ ଯୋଗାଯୋଗ କରିପାରୁନାହାନ୍ତି। ଅପହୃତ ନାବିକ ସୁଧିର କୁମାରଙ୍କ ପତ୍ନୀ ଭାଗ୍ୟଶ୍ରୀ ଦାସ ବିଦେଶ ମନ୍ତ୍ରୀଙ୍କୁ ନିବେଦନ କରି ଜଣାଇଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ଏମଟି ଆପେକସ୍‍ (ଆଇଏମଓ-୭୩୩୮୧୦) ଜାହାଜ ଅହପୃତ ହୋଇଯାଇଛି। ନାଇଜେରିଆର ମୋନି ନିକଟରେ ଭାରତୀୟ ନାବିକଙ୍କ ଜାହାଜ ଅପହରଣ ହୋଇଥିବା କୁହାଯାଉଛି। ଏପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିନାହିଁ। ନାଇଜେରିଆ ପୁଲିସ୍‍ ଓ ଅନ୍ୟ ଅଧିକାରୀଙ୍କ ସହ ଭାରତୀୟ ଅଧିକାରୀ ସମ୍ପର୍କରେ ଅଛନ୍ତି ବୋଲି ସୂଚନା ଦିଆଯାଇଛି।

Comments are closed.