ସୁଶାନ୍ତ ମୃତ୍ୟୁ ପ୍ରସଙ୍ଗ: ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଦେଲେ ଏମିତି ବୟାନ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ନିୟମିତ ସ୍ବର ଉଠାଉଥିବା ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଆଜି ଦେଇଛନ୍ତି ଏକ ବଡ଼ ବୟାନ । ସେ ନିଜ ଟ୍ବିଟରରେ ଏ ସମ୍ପର୍କରେ ଉଲ୍ଲେଖ କରି ପୋଷ୍ଟମର୍ଟମ କରିଥିବା ଡ଼ାକ୍ତରଙ୍କ ଭୂମିକା ଉପରେ ସନ୍ଦେହବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ସିବିଆ କୁପର ହସପିଟାଲର ସେହି ୫ ଜଣ ଡ଼ାକ୍ତରଙ୍କୁ ଜେରା କରିବା ଉଚିତ୍, ଯେଉଁମାନେ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିଲେ । ସେଠାରେ ନିଶ୍ଚିତ କିଛି ବଡ଼ ସୂଚନା ମିଳି ପାରିବ ।

ସୁବ୍ରମଣ୍ୟମ ସ୍ବାମୀ ଟ୍ବିଟ୍ କରିଛନ୍ତି ଯେ ସୁଶାନ୍ତଙ୍କ ଶବକୁ ଡ଼ାକ୍ତରଖାନା ନେଇଥିବା ଆମ୍ବୁଲାନ୍ସ କର୍ମଚାରୀଙ୍କ ଅନୁସାରେ ତାଙ୍କର ପାଦ ମୋଡ଼ି ହୋଇ ରହିିଥିଲା, ଅର୍ଥାତ୍ ଭାଙ୍ଗି ଯାଇଥିଲା । ଏହି ମାମଲା ସହଜରେ ଗ୍ରହଣ କରିହେଉ ନାହିଁ ।

ଏହା ପୂର୍ବରୁ ସୁଶାନ୍ତ ମୃତ୍ୟୁ ମାମଲାରେ କଙ୍ଗନାଙ୍କ ବୟାନକୁ ଶ୍ରୀ ସ୍ବାମୀ ସମର୍ଥନ କରି ତାଙ୍କୁ ଆଇନଗତ ସହାୟତା ଯୋଗାଇ ଦେବାକୁ କହିଥିଲେ । ଅନ୍ୟପକ୍ଷରେ ସୁଶାନ୍ତଙ୍କ ସମ୍ପତ୍ତି ମାମଲାର ତଦନ୍ତ କରୁଥିବା ପ୍ରବର୍ତନ ନିର୍ଦେଶାଳୟ ମନି ଲଣ୍ଡରିଂ ମାମଲାରେ ରିୟା ଓ ତାଙ୍କର ପରିବାରକୁ ଜେରାକରିଛି । ସୁଶାନ୍ତଙ୍କ ବାପା ରିୟାଙ୍କ ଉପରେ ୧୫ କୋଟି ଟଙ୍କା ହଡ଼ପ କରିଥିବ ଅଭିଯୋଗ ଆଣିଛନ୍ତି ।

Comments are closed.