ଇଣ୍ଟରନେଟରେ ’ଯନ୍ତ୍ରଣାହୀନ ମୃତ୍ୟୁ’ ଖୋଜୁଥିଲେ ସୁଶାନ୍ତ: ମୁମ୍ବାଇ ପୋଲିସର ନୂଆ ସୂଚନା

ମୁମ୍ବାଇ ପୁଲିସ କମିଶନର ପରମବୀର ସିଂଙ୍କ ସୂଚନା ଅନୁସାରେ ସୁଶାନ୍ତ ସିଂ ରାଜପୁତ ଗୁଗୁଲରେ “ଯନ୍ତ୍ରଣାହୀନ ମୃତ୍ୟୁ”, “ସ୍କିଜୋଫ୍ରେନିଆ” ଏବଂ “ଦ୍ୱିପାକ୍ଷିକ ବ୍ୟାଧି” ଭଳି ଶବ୍ଦ ଖୋଜୁଥିବା ପ୍ରମାଣ ମିଳିଛି ।

ସୁଶାନ୍ତ ସିଂହ ରାଜପୁତ ଇଣ୍ଟରନେଟରେ ମାନସିକ ବିକୃତି ସହ ଜଡ଼ିତ ଅନେକ ଶବ୍ଦ ଖୋଜିଥିଲେ । ଏହା ମଧ୍ୟରେ ‘ଯନ୍ତ୍ରଣାହୀନ ମୃତ୍ୟୁ’, ସ୍କିଜୋଫ୍ରେନିଆ ପରି ଅନେକ ଶବ୍ଦ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଏହି ସୂଚନା ଦେଇଛନ୍ତି ମୁମ୍ବାଇ ପୁଲିସ କମିଶନର ପରମବୀର ସିଂହ ।

ଗତ ଜୁନ୍ ୧୪ରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ ଓ ଏହାକୁ ନେଇ ବଲିଉଡ଼ ସହ ରାଜନୀତି ସରଗରମ ହୋଇଛି । ସୁଶାନ୍ତଙ୍କୁ ଆତ୍ମହତ୍ୟା ନିମନ୍ତେ ବାଧ୍ୟ କରାଯାଇଛି ଓ ମାନସିକ ନିର୍ଯାତନା ଦିଆଯାଇଥିଲା ବୋଲି ମଧ୍ୟ ଅନେକ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁମ୍ବାଇ ପୁଲିସ କମିଶନର ଶ୍ରୀ ସିଂହ ଏକ ନୂଆ ସୂଚନା ଦେଇଛନ୍ତି । ଶ୍ରୀ ସିଂହ କହିଛନ୍ତି ଯେ ଜାନୁଆରୀ ୨୦୧୯ ଜୁନ ମାସରୁ ୨୦୨୦  ପର୍ଯ୍ୟନ୍ତ ତାଙ୍କର ବ୍ୟାଙ୍କ ଜମାକୁ ଯାଞ୍ଚ କରାଯାଇଛି । ଏହି ଆକାଉଣ୍ଟରେ ପ୍ରାୟ ୧୪.୫ କୋଟି ଟଙ୍କା ଗଚ୍ଛିତ ଅଛି । ଏହା ସହ ୪ କୋଟି ଟଙ୍କାର ଏକ ସ୍ଥାୟୀ ଜମା ମଧ୍ୟ ରହିଛି ବୋଲି ପୁଲିସ କମିଶନର ଶ୍ରୀ ସିଂହ କହିଛନ୍ତି ।

Comments are closed.