ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣା : ରିୟାଙ୍କ ଭାଇ ସୌଭିକ ଗିରଫ

ମୁମ୍ବଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ପଛର ଡ୍ରଗ୍ସ କାରବାରର ତଦନ୍ତ କରୁଥିବା ନାର୍କୋଟିକ୍ସ କ​‌େ​‌ଣ୍ଟ୍ରାଲ ବ୍ୟୁରୋ (ଏନସିବି) ଶୁକ୍ରବାର ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ସୌଭିକଙ୍କ ସହିତ ସୁଶାନ୍ତଙ୍କ ପୂର୍ବତନ ପରିଚାଳକ ସାମୁଏଲ ମିରଣ୍ଡାଙ୍କୁ ମଧ୍ୟ ଏନସିବି ଗିରଫ କରିଛି। ଗିରଫ ପୂର୍ବରୁ ଉଭୟଙ୍କୁ ଜେରା କରାଯାଇଥିଲା।

ଏନଡିପିଏସ୍‌ର ଧାରା ୨୦ ଖ, ୨୮, ୨୯, ଓ ୨୭(କ) ରେ ଉଭୟଙ୍କୁ ଗିରଫ କରାଯାଇଛି। ଏନସିବି ସୌଭିକ ଚକ୍ରବର୍ତ୍ତୀଙ୍କ ଲାପଟପ୍‌, ହାର୍ଡ ଡ୍ରାଇଭ, ଅନ୍ୟାନ୍ୟ ସାମଗ୍ରୀ ଓ କାଗଜପତ୍ରକୁ  ଜବତ କରିଛି। ଏହି ଦୁଇଜଣଙ୍କ ବ୍ୟତୀତ ଏନସିବି ସୁଶାନ୍ତଙ୍କ ମୃତ୍ୟୁ ପଛର ଡ୍ରଗ୍ସ କାରବାରକୁ ନେଇ ଅନ୍ୟ କେତେ ଜଣଙ୍କୁ ଗିରଫ କରିଛି। ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ ବେଳେ ଡ୍ରଗ୍ସ କାରବାର ସାମ୍ନାକୁ ଆସିବାରୁ ମାମଲାର ତଦନ୍ତ ଆରମ୍ଭ କରିଥିଲା ଏନସିବି। ଆଜି ଦିନ ତମାମ ଏନସିବି ଅଧିକାରୀମାନେ ସୌଭିକ୍‌ ଓ ରିୟା ରହୁଥିବା ତାଙ୍କ ମୁମ୍ବଇର ସାନ୍ତାକ୍ରୁଜ୍‌ ଅଞ୍ଚଳରେ ଥିବା ବାସଭବନ ଉପରେ ଚଢଉ କରିଥିଲା। ଏପରିକି ମିରିଣ୍ଡାଙ୍କ ଅନ୍ଧେରୀ ୱେଷ୍ଟସ୍ଥିତ ଘର ଉପରେ ମଧ୍ୟ ଏନସିବି ମଧ୍ୟ ଚଢଉ କରି ବହୁ କାଗଜପତ୍ର ତଥା ନିଶା କାରବାର ସଂକ୍ରାନ୍ତ ତଥ୍ୟ ହାସଲ କରିଥିବା ଜଣାପଡିଛି।

ଏନସିବିର ଉପ ନିର୍ଦେଶକ (ଅପରେସନ୍‌) କେପିଏସ ମାଲହୋତ୍ରା ଏହି ଘଟଣାର ତଦନ୍ତ କରୁଛନ୍ତି। ଏଭଳି ହାଇପ୍ରୋଫାଇଲ ମାମଲା ପରିଚାଳନା ଓ ଅନୁସନ୍ଧାନ କରିବରରେ କେପିଏସ ଜଣେ ଦକ୍ଷ ଅଫିସର ଥିବା କୁହାଯାଉଛି। ସୁଶାନ୍ତଙ୍କୁ ନିଶା ଦେଇ ମାନସିକ ସ୍ଥିତି ବିଗାଡି ଥିବା ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ସଂପର୍କରେ ତଦନ୍ତ କରୁ କରୁ ଉଭୟ ଭାଇ-ଭଉଣୀ (ରିଆ-ସୋଭିକ୍‌) ଏବଂ ସୁଶାନ୍ତଙ୍କ ହାଉସ୍‌ ମ୍ୟାନେଜର ମିରିଣ୍ଡାଙ୍କ ଭିତରେ ଥିବା ଡ୍ରଗ୍ସ କାରବାର ସଂପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିଲା। ଏହି ଆଧାରରେ ଏନସିବି ତଦନ୍ତ କରି ଉଭୟଙ୍କୁ ଗିରଫ କରିଛି। ଆଗକୁ ଏହି ଘଟଣାରେ ଅନେକ ଗୋପନ ତଥ୍ୟ ପ୍ରଘଟ ହେବା ସୂଚନା ମିଳୁଛି।

Comments are closed.