ଆସନ୍ତାକାଲି ସୁଶାନ୍ତଙ୍କ ପାଇଁ ଗ୍ଲୋବାଲ୍ ପ୍ରାର୍ଥନା, ପ୍ରାର୍ଥନା ସଭାରେ ସାମିଲ ହେବାକୁ ଲୋକମାନଙ୍କୁ ଅନୁରୋଧ କଲେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା

ମୁମ୍ବଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଗୋଟିଏ ପଟେ ସିବିଆଇ ଯାଞ୍ଚ ଜାରି ଥିବା ବେଳେ ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ସହ ସମ୍ପୃକ୍ତ ଥିବା ଲୋକଙ୍କ ବୟାନ ରେକର୍ଡ କରୁଛନ୍ତି । ଏହାରି ମଧ୍ୟରେ ସୁଶାନ୍ତ ମୃତ୍ୟୁକୁ ଆଜି ଦୁଇମାସ ପୂରଣ ହୋଇଛି। ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି ଭଉଣୀ ଶ୍ବେତା ସିଂ କିର୍ତ୍ତି। ଅଗଷ୍ଟ ୧୫ରେ ସୁଶାନ୍ତଙ୍କ ପାଇଁ  ଗ୍ଲୋବାଲ୍ ପ୍ରାର୍ଥନା ରଖାଯାଇଛି। ଏଥିରେ ଯୋଗଦେବା ପାଇଁ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ଲୋକଙ୍କୁ ନିବେଦନ କରିଛନ୍ତି। ଗ୍ଲୋବାଲ୍ ସ୍ଥରରେ ସମସ୍ତଙ୍କୁ ୨୪ ଘଣ୍ଟା ପାଇଁ ପ୍ରାର୍ଥନା ସଭାରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ।


ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରିବାବେଳେ ଶ୍ୱେତା ଲେଖିଛନ୍ତି- ସୁଶାନ୍ତଙ୍କ ପାଇଁ ଆୟୋଜିତ ୨୪ ଘଣ୍ଟିଆ ଗ୍ଲୋବାଲ ଆଧ୍ୟାତ୍ମିକ ଏବଂ ପ୍ରାର୍ଥନା ପର୍ୟ୍ୟବେକ୍ଷଣରେ ଆମ ସହିତ ଯୋଗଦେବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ଯାହା ଦ୍ୱାରା ସତ ସାମ୍ନାକୁ ଆସୁ ଏବଂ ସୁଶାନ୍ତଙ୍କ ପାଇଁ ଆମେ ନ୍ୟାୟ ପାଇପାରିବା। ଏହି ପୋଷ୍ଟ ସହିତ ସୁଶାନ୍ତଙ୍କ ଭଉଣୀ ମଧ୍ୟ ଏକ ପୋଷ୍ଟର ସେୟାର କରିଛନ୍ତି। ଏହି ବିଶ୍ୱସ୍ତରୀୟ ପ୍ରାର୍ଥନା ଅଗଷ୍ଟ ୧୫ ରେ ସକାଳ ୧୦ ଟାରେ ହେବ । ଯେଉଁଠାରେ ସମସ୍ତେ ନିରବ ରହିବେ ଏବଂ ସୁଶାନ୍ତଙ୍କ ପାଇଁ ପ୍ରାର୍ଥନା କରିବେ । ଏହାପୂର୍ବରୁ ଶ୍ୱେତା ଏକ ଭିଡିଓ ସେୟାର କରି ଭାଇଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ହାତ ଯୋଡି ସିବିଆଇ ତଦନ୍ତ ପାଇଁ ଆବେଦନ କରିଥିଲେ । ସୁଶାନ୍ତଙ୍କ ଭଉଣୀ ଶ୍ୱେତାଙ୍କ ସହ ଏହି ଅଭିଯାନରେ ସାମିଲ ହୋଇଛନ୍ତି ସୁଶାନ୍ତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ଟିଭିର ପପୁଲାର ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ପ୍ରକାଶ ଥାଉକି ସୁଶାନ୍ତଙ୍କ ମାମଲାରେ ସିବିଆଇ ଯାଞ୍ଚ ଦାବି କରୁଥିବାର ନଜର ଆସୁଛନ୍ତି ବଲିଉଡ ସେଲିବ୍ରିଟି । ଏହି କ୍ରମରେ ସାମିଲ ଅଛନ୍ତି ବରୁଣ ଧୱନ, ପରିଣୀତି ଚୋପ୍ରା, ସିଦ୍ଧାର୍ଥ ଚତୁର୍ବେଦୀ, କ୍ରିତି ସାନନ, କଙ୍ଗନା ରଣାୱତ।

Comments
Loading...