ଏମ୍ସ ଦାଖଲ କଲା ଚୂଡ଼ାନ୍ତ ରିପୋର୍ଟ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ପ୍ରାୟ ୧୦୦ ଦିନ ପରେ ସାମ୍ନାକୁ ଆସିଛି ବଡ଼ ତଥ୍ୟ ।  ଏଆଇଆଇଏମଏସ ଡାକ୍ତର ଦଳ ଚଳଚ୍ଚିତ୍ର ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ (ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍) ନିକଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛନ୍ତି। ନୂଆଦିଲ୍ଲୀ ସ୍ଥିତ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଡାକ୍ତରଙ୍କ ଏକ ପ୍ୟାନେଲ୍ ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇ ନାହିଁ ବରଂ ଏହା ଆତ୍ମହତ୍ୟା ମାମଲା  ବୋଲି  ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋକୁ ସୂଚନା ଦେଇଥିବା ଜଣପଡ଼ିଛି ।

ସୂଚନାନୁସାରେ ଏହି ରିପୋର୍ଟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା ଅମୂଳକ ବୋଲି କୁହାଯାଇଛି ଏବଂ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ଉଲ୍ଲେଖ କରାଯାଇଛି । ଯଦିଓ ଏମ୍ସର ୫ ଜଣିଆ ଫରେନସିକ ଦଳର ମୁଖ୍ୟ ଡ଼ା. ସୁଧୀର ଗୁପ୍ତା ସରକାରୀ ଭାବରେ କୌଣସି ବିବୃତି ଦେଇ ନାହାନ୍ତି ତଥାପି ଗତ ସେପ୍ଟେମ୍ବର ୨୮ ରେ ଏମ୍ସ ଏବଂ ସିବିଆଇର ଫୋରେନସିକ୍ ଡାକ୍ତରଙ୍କ ଦଳ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସମୟରେ ଏମ୍ସ ଡ଼ାକ୍ତରମାନେ ସିବିଆଇକୁ ବିସ୍ତୃତ ସୂଚନା ଦେଇଛନ୍ତି । ଭିସେରା ଯାଞ୍ଚ ସମୟରେ  କୌଣସି ବିଷ ମିଳିନାହିଁ ବୋଲି  ଫୋରେନସିକ୍ ଟିମ୍ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ପରେ ସିବିଆଇକୁ ଅନ୍ତିମ ରିପୋର୍ଟ ଦାଖଲ କରିଛି |

Comments are closed.