ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପୁଲିସକୁ ପ୍ରଶ୍ନ କଲେ ଏହି ଅଭିନେତ୍ରୀ, କହିଲେ ସିବିଆଇ ତଦନ୍ତ ହେଉ

ମୁମ୍ବଇ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁ ଅନେକ ଲୋକ ଏବଂ ତାରକାଙ୍କ ପାଇଁ ରହସ୍ୟ ପାଲଟିଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁକୁ ନେଇ ଅନେକ ଲୋକ ଏବଂ ଚଳଚ୍ଚିତ୍ର ତାରକା ପ୍ରତିକ୍ରିୟା ପ୍ରକାଶ କରିଆସୁଛନ୍ତି। ଏଥି ସହିତ କିଛି ଲୋକ ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ନୁହେଁ ବରଂ ଏକ ଷଡଯନ୍ତ୍ର ବୋଲି କହୁଛନ୍ତି ଏବଂ ତାଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି। ଏହି ସମୟରେ ଅଭିନେତ୍ରୀ ରୂପା ଗାଙ୍ଗୁଲି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।
ରୁପା ଗାଙ୍ଗୁଲି ତାଙ୍କ ଟ୍ୱିଟରେ ପୁଲିସର ତଦନ୍ତ ଉପରେ ପ୍ରଶ୍ନ କରିଛନ୍ତି।
ରୁପା ଗାଙ୍ଗୁଲି ତାଙ୍କ ଟ୍ୱିଟରେ ଲେଖିଛନ୍ତି, ’ତଦନ୍ତ ଏତେ ତତ୍ପର କି? ଏବଂ କାହିଁକି ଫୋରେନସିକ୍ ଦଳ ଜୁନ୍ ୧୫ରେ ସେଠାରେ ପହଞ୍ଚିଲେ? ’ ତାଙ୍କର ଦ୍ୱିତୀୟ ଟ୍ୱିଟରେ ସେ ଲେଖିଛନ୍ତି, ’ତାଙ୍କ (ସୁଶାନ୍ତ ସିଂ ରାଜପୁତ) ଶରୀରରେ କିଛି (ବିଷ) ଅଂଶ ମିଳିଛି କି? ସିସିଟିଭି ଫୁଟେଜ ଯାଞ୍ଚ କରି ତାଙ୍କ ଘରେ କେହି ପ୍ରବେଶ କରିନଥିବା ଯାଞ୍ଚ କରାଯାଇଥିଲା କି? ’
ଅନ୍ୟ ଏକ ଟ୍ୱିଟରେ ପୁଲିସର ତଦନ୍ତକୁ ନେଇ ପ୍ରଶ୍ନ କରି ରୁପା ଗାଙ୍ଗୁଲି ଲେଖିଛନ୍ତି ଯେ, ପୁଲିସ ଏହାକୁ କିପରି ଆତ୍ମହତ୍ୟା ବୋଲି ଘୋଷଣା କରିଛି? ରୁପା ତାଙ୍କ ଟ୍ୱିଟରେ ଲେଖିଛନ୍ତି, ’ମୁଁ ବୁଝିପାରୁ ନାହିଁ ଯେ ଏପରି ପ୍ରତିଭାଶାଳୀ ଏବଂ ଆଶ୍ଚର୍ୟ୍ୟଜନକ ବ୍ୟକ୍ତି କୌଣସି ଉତ୍ତେଜନା ବିନା କାହିଁକି ଏପରି ରାସ୍ତା ବାଛିବେ? କିଛି ଜିନିଷ ଅଛି ଯାହାକି ବ୍ୟାଖ୍ୟା କରାଯାଇ ନାହିଁ।
ଅଭିନେତା ସୁଶାନ୍ତ ସିଂ ରାଜପୁତ ୧୪ ଜୁନରେ ତାଙ୍କ ମୁମ୍ବଇ ସ୍ଥିତ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ। ଅନ୍ୟପକ୍ଷରେ, ରୁପା ଗାଙ୍ଗୁଲି ଅନେକ ଚଳଚ୍ଚିତ୍ର ବ୍ୟତୀତ ବି.ଆର ଚୋପ୍ରାଙ୍କ ମହାଭାରତ ସିରିଏଲରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରି ବେସ୍ ଲୋକପ୍ରିୟ ହୋଇଥିଲେ। ।

Comments are closed.