ସୁଶାନ୍ତଙ୍କ ଆତ୍ମା ସହ କଥା ହୋଇଥିବା ଦାବି କଲେ ଏହି ବ୍ୟକ୍ତି

ମୁମ୍ବଇ : ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ଏକ ମାସ ବିତିଗଲାଣି। ତାଙ୍କ ମୃତ୍ୟୁକୁ ପ୍ରଶଂସକମାନେ ଏପର୍ୟ୍ୟନ୍ତ ଭୁଲି ପାରୁନାହାନ୍ତି। ପ୍ରସିଦ୍ଧ ପାରାନର୍ମାନ(paranorman) ବିଶେଷଜ୍ଞ ଷ୍ଟିଭ୍ ହଫ୍ ସୁଶାନ୍ତଙ୍କ ଆତ୍ମା ସହିତ କଥା ହୋଇଥିବା ଦାବି କରିଛନ୍ତି। ଷ୍ଟିଭଙ୍କ କହିବା ଅନୁଯାୟୀ, ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କୁ ମେସେଜ ଏବଂ ଇମେଲ ମାଧ୍ୟମରେ ସାହାଯ୍ୟ ମାଗୁଥିଲେ।
ଷ୍ଟିଭ୍ ହଫ୍ ଏକ ଯନ୍ତ୍ର ସାହାଯ୍ୟରେ ସୁଶାନ୍ତଙ୍କ ଆତ୍ମା ସହିତ କଥା ହୋଇଥିବା ଦାବି କରିଛନ୍ତି। ସେ ନିଜ ଫେସବୁକ ପେଜରେ ଏକ ଭିଡିଓ ସେୟାର କରିଛନ୍ତି। ଆହୁରି ମଧ୍ୟ କୁହାଯାଇଛି ଯେ ସୁଶାନ୍ତଙ୍କ ସ୍ୱର ବହୁତ ଶକ୍ତିଶାଳୀ ଥିଲା। ଷ୍ଟିଭ୍ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ’ହଜାର ହଜାର ଅନୁରୋଧ ପରେ ଏହା ଆପଣଙ୍କ ପାଇଁ। ଏହା ଏକ ଅବିଶ୍ୱସନୀୟ ଅଧିବେଶନ ଥିଲା । ସେ ମୋତେ ସିଧା ଉତ୍ତର ଦେଲେ। ମୁଁ ଶୀଘ୍ର ଅନ୍ୟ ଏକ ଅଧିବେଶନ କରିବି, ଯେଉଁଥିରେ ଆହୁରି ଅନେକ ଗଭୀର ପ୍ରଶ୍ନ ପଚାରିବାକୁ ପଡ଼ିବ।
ଷ୍ଟିଭ୍ ସୁଶାନ୍ତଙ୍କ ଆତ୍ମାକୁ ପଚାରିଲେ ’ତୁମେ କାହିଁକି ମରିଲ?’ ଏହି ପ୍ରଶ୍ନର ଉତ୍ତରରେ, ଏକ ଉତ୍ତର ଆସିଲା ଯେ – ’ପରିବର୍ତ୍ତନ ପାଇଁ’। ଷ୍ଟିଭ୍ ଦାବି କରିଛନ୍ତି ଯେ, ସୁଶାନ୍ତଙ୍କ ଆତ୍ମା ସହିତ ଆଉ ଦୁଇଟି ଆତ୍ମା ମଧ୍ୟ ତାଙ୍କ ସହିତ କଥା ହୋଇଥିଲେ। ଯେଉଁଥିରେ ଜଣେ ପୁରୁଷର ଆତ୍ମା ଏବଂ ଜଣେ ନାରୀର ଆତ୍ମା ଅନ୍ତର୍ଭୁକ୍ତ ଥିଲା।
ଷ୍ଟିଭ କହିଛନ୍ତି ଯେ, ସେ ୧୦ ବର୍ଷ ଧରି ଆତ୍ମାଙ୍କ ସହ କଥାବାର୍ତ୍ତା ହେଉଛନ୍ତି। ଏଥିପାଇଁ ସେ ଏକ ମେସିନ୍ ନିର୍ମାଣ କରିଛନ୍ତି ଯାହା ଆତ୍ମାମାନଙ୍କର ଶବ୍ଦ ଶୁଣେ।
ଉଲ୍ଲେଖ ଯୋଗ୍ୟ, ଷ୍ଟିଭ୍, ପାଟ୍ରିକ୍ ସୁଇଜ୍ ଏବଂ ମାଇକେଲ୍ ଜ୍ୟାକସନଙ୍କ ଆତ୍ମାଙ୍କ ସହ ମଧ୍ୟ ପୂର୍ବରୁ କଥା ହୋଇଥିଲେ।

Comments are closed.