ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କ ବିରୋଧରେ ମାମଲା; ଆତ୍ମହତ୍ୟା ଲାଗି ଉସୁକାଇଥିବା ଅଭିଯୋଗ

ମୁମ୍ବଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କ ବାନ୍ଧବୀ ବୋଲାଉଥିବା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ବିହାରରେ ମାମଲା ରୁଜୁ ହୋଇଛି। ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ବିହାରର ଏକ କୋର୍ଟରେ ରିୟାଙ୍କ ବିରୋଧରେ ପିଟିସନ୍‍ ଦାଖଲ ହୋଇଛି। ମୁଜଫରପୁର ସ୍ଥିତ ପତାହୀ ବାସିନ୍ଦା କୁନ୍ଦନ କୁମାର ରିୟାଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଆଣିବା ସହ ଶନିବାର ସିଜେଏମ୍‍ କୋର୍ଟରେ ପିଟିସନ ଦାଖଲ କରିଛନ୍ତି। ୨୪ ଜୁନ୍‍ରେ ଏହି ମାମଲାର ଶୁଣାଣି ହେବ।

କୁନ୍ଦନଙ୍କ ଅଭିଯୋଗ ଅନୁସାରେ, ରିୟାଙ୍କ ପାଇଁ ସୁଶାନ୍ତଙ୍କ ଜୀବନ ଯାଇଛି। ଦାଖଲ ହୋଇଥିବା ପିଟିସନରେ ଲେଖା ହୋଇଛି, “ରିୟା ସୁଶାନ୍ତଙ୍କୁ ନିଜ ମିଛ ପ୍ରେମ ଜାଲରେ ଫସାଇଥିଲେ। ସେ ନିଜ ସ୍ୱାର୍ଥ ପାଇଁ ସୁଶାନ୍ତଙ୍କୁ ବ୍ୟବହାର କରୁଥିଲେ ଓ ନିଜ କ୍ୟାରିୟର ଚମକାଉଥିଲେ। ନିଜ କାମ ପୂରା ହୋଇଯିବା ପରେ ସେ ସୁଶାନ୍ତଙ୍କ ଆର୍ଥିକ ଓ ମାନସିକ ଶୋଷଣ କରୁଥିଲେ। ରିୟାଙ୍କ ବ୍ୟବହାରରେ ଆସିଥିବା ପରିବର୍ତ୍ତନକୁ ଦେଖି ତାଙ୍କୁ ଧକ୍କା ଲାଗିଥିଲା। ସୁଶାନ୍ତ ତାଙ୍କୁ ବିବାହ କରିବାକୁ କହିବାରୁ ରିୟା ତାଙ୍କ ସହ ସମ୍ପର୍କ ଛିନ୍ନ କରି ଦେଇଥିଲେ। ରିୟା ଫୋନ କରି ସୁଶାନ୍ତଙ୍କୁ ଉସୁକାଉଥିଲେ, ଯଦ୍ୱାରା ମାନସିକ ବିଷାଦଗ୍ରସ୍ତ ହୋଇ ସେ ଆତ୍ମହତ୍ୟା କଲେ”।

Comments are closed.