ଚର୍ଚ୍ଚାରେ….. ସରି ବାବୁ

ମୁମ୍ବଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ(ଏସ୍ଏସ୍ଆର)ଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ସୁଶାନ୍ତଙ୍କ ପରିବାରଠାରୁ ଆରମ୍ଭ କରି ସୁଶାନ୍ତଙ୍କ ବନ୍ଧୁ ପରିଜନ, ଏପରିକି ତାଙ୍କ ଓକିଲ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ରିୟାଙ୍କୁ ସନ୍ଦେହ କରୁଛନ୍ତି। ଏହିଭଳି ସମୟରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଯାହା ରିୟାଙ୍କୁ ଅଡ଼ୁଆରେ ପକାଇବା ସହ ରିୟାଙ୍କ ଉପରେ ଥିବା ସନ୍ଦେହକୁ ଅଧିକ ବଢାଇ ଦେଉଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଜୋର ସୋରରେ ତଦନ୍ତ କରୁଥିବାବେଳେ ବର୍ତ୍ତମାନ ଜଣେ ସାକ୍ଷୀ ଉଭା ହୋଇଛନ୍ତି। ଯାହା ରିୟା ଚକ୍ରବର୍ତ୍ତୀଙ୍କୁ ସୁଶାନ୍ତ ମୃତଦେହ ପାଖରେ ବସି କିଛି କହିବାର ଦେଖିଥିବା କହୁଛନ୍ତି। ଯାହା ସୁଶାନ୍ତ ମୃତ୍ୟୁ ମାମଲାରେ ଏକ ବଡ଼ କାରଣ ହୋଇ ଉଭା ହୋଇଛି।
ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ଶେଷ ଦର୍ଶନ କରିବା ପାଇଁ ଶବଗୃହକୁ ଯାଇଥିଲେ ରିୟା। ସେଠା‌ରେ ସେ ସୁଶାନ୍ତଙ୍କ ମୃତଦେହ ପାଖରେ ବସି ତାଙ୍କ ଛାତିରେ ହାତ ରଖି “ସରି ବାବୁ” କହି କ୍ଷମା ମାଗିଥିବା କହିଛନ୍ତି ସୁରଜିତ ସିଂ। ସୁରଜିତ ସିଂ ନିଜକୁ କରଣୀ ସେନାର ସଦଶ୍ୟ କହିବା ସହ ସେହି ସମୟରେ ସେଠାରେ ଉପସ୍ଥିତ ଥିବା କହିଛନ୍ତି।
ସୁରଜିତ କହିଛନ୍ତି ଯେ, ଯଦି ସିବିଆଇ ଟିମ୍ ତାଙ୍କୁ ପଚରାଉଚରା କରନ୍ତି, ତେବେ ସେ ସିବିଆଇକୁ ସବୁକିଛି କହିବାକୁ ପ୍ରସ୍ତୁତ ଅଛନ୍ତି। ସେ ଦାବି କରିଛନ୍ତି ଯେ, ସେ ସୁଶାନ୍ତଙ୍କ ମୃତଦେହ ପାଖରେ ଥିଲେ। କରଣୀ ସେନା ରାଜ୍ୟ ମୁଖ୍ୟ ତାଙ୍କୁ ସେଠାକୁ ଯିବାକୁ କହିଥିଲେ। ଏହି ସମୟ ମଧ୍ୟରେ ରିୟା ସେଠାରେ ପହଞ୍ଚିଥିଲେ। ରିୟାଙ୍କ ଆଚରଣ ଏକ ଦୋଷୀ ଭଳି ଥିଲା। ରିୟା ସୁଶାନ୍ତଙ୍କ ଛାତି ଉପରେ ହାତ ରଖି ’ସରି ବାବୁ’ କହିଥିଲେ। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.