ସୁଶାନ୍ତ ସିଂହ ରାଜପୁତ ମାମଲାରେ ଦୁବାଇ ସଂଯୋଗ: ସୁବ୍ରମଣ୍ୟମ ସ୍ବାମୀ ଓ ପୂର୍ବ ‘ର’ ଅଧିକାରୀଙ୍କ ଦାବି

ଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମାମଲାର ସିବିଆଇ ତଦନ୍ତ ନିମନ୍ତେ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାମଧ୍ୟରେ ଜଣେ ପୂର୍ବତନ ‘ର’ ଅଧିକାରୀ ଓ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ସୁଶାନ୍ତଙ୍କ ମୃତ୍ୟୁ ସହ ମନି ଲଣ୍ଡରିଂ ଓ ବୃତ୍ତିଧାରୀ ହତ୍ୟାକାରୀଙ୍କ  ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି । ବିଜେପି ନେତା ଶ୍ରୀ ସ୍ବାମୀ କହିଛନ୍ତି ଦୁବାଇରୁ ହୁଏତ ଏହି ହତ୍ୟା ଷଡ଼ଯନ୍ତ୍ର କରାଯାଇଛି ଓ ‘ର’ ଅଧିକାରୀ ଏହି ଘଟଣାରେ  ଅଣ୍ଡରୱାର୍ଲଡ଼ ସମ୍ପୃକ୍ତି ଥିବା ମଧ୍ୟ ଆଶଙ୍କା କରିଛନ୍ତି ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପ୍ରସଙ୍ଗରେ ସ୍ବାମୀ କହିଛନ୍ତି ଯେ ତାଙ୍କର ଶବ ଜୁନ ୧୪ ତାରିଖରେ ମୁମ୍ବାଇରେ ବାନ୍ଦ୍ରାସ୍ଥିତ ତାଙ୍କ ଘରୁ ଜବତ ହୋଇଥିଲା । ମୁମ୍ବାଇ ପୁଲିସ ନିଜ ଯାଞ୍ଚରେ ସୁଶାନ୍ତ ଆତ୍ମହତ୍ୟା କରିଥିବା କହିଥିଲେ । ମାତ୍ର ତାଙ୍କ ପାଖରୁ ନାଁ କୌଣସି ସୁଇସାଇଡ଼ ନୋଟ ମିଳି ନ ଥିବାରୁ ଏହା ରହସ୍ୟମୟ ମନେ ହେଉଛି । ଏହି ଘଟଣାରେ ଶ୍ରୀ ସ୍ବାମୀ ପ୍ରଥମରୁ ସୁଶାନ୍ତ ଘଟଣାରେ ନିଜର ଦୃଷ୍ଟି ନିବଦ୍ଧ କରିଛନ୍ତି ଓ ବିଭିନ୍ନ ସମୟରେ ନିଜ ପ୍ରତିକ୍ରିୟା ଦେଉଛନ୍ତି । ଏହି ଘଟଣାରେ ପ୍ରଫେସନାଲ କିଲରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ସେ ପ୍ରଥମରୁ ସିବିଆଇ ତଦନ୍ତ ଦାବି କରି ଆସୁଛନ୍ତି ।

ଟାଇମ୍ସ ନାଓରେ ସହ ଆଲୋଚନା ସମୟରେ ସୁବ୍ରମଣ୍ୟମ ସ୍ବାମୀ ଏହି ଘଟଣାରେ ମନି ଲଣ୍ଡରିଂ ଓ ପ୍ରଫେସନାଲ କିଲରଙ୍କ ସମ୍ପୃକ୍ତି ସନ୍ଦେହ କରିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଟଙ୍କା ପାଣି ପରି ବୋହିଥାଏ । ଏହି ମାମଲାରେ ଦୁବାଇରେ ବସିଥିବା ମନି ଲଣ୍ଡରିଂ କରୁଥିବା ଲୋକମାନେ ସାମିଲ ଅଛନ୍ତି । ଭାରତୀୟ ଅପରାଧୀ ଏହି ମାମଲରେ ସମ୍ପୃକ୍ତ ଥିବାପରି ଲାଗୁନାହିଁ ।

ସେ କହିଛନ୍ତି ଯେ ସୁଶାନ୍ତ ସିଂହ ହତ୍ୟାରେ ଷେଟନଗନ ବ୍ୟବହାର କରାଯାାଇଛି । ଦେଶର ସବୁଠାରୁ ବଡ଼ ତଦନ୍ତକାରୀ ସଂସ୍ଥା ସିବିଆଇ ଏହାରତଦନ୍ତ କରୁଛି । ପୁରା ଦେଶର ନଜର ଏହା ଉପରେ ନିବଦ୍ଧ ରହିଛି । ସୁଶାନ୍ତଙ୍କ ଶବକୁ ବାହାରକୁ କାଢ଼ିବା ପାଇଁ କବାଟ ନ ଭାଙ୍ଗିବା ଅନେକ କିଛି ଦିଗକୁ ଇଙ୍ଗିତ କରୁଛି ।

ଅନୁରୂପ ଭାବରେ ପୂର୍ବତନ ‘ର’ ଅଧିକାରୀ ଏନ୍.କେ.ସୁଦ୍ କହିଛନ୍ତି ଯେ ଏହି ମାମଲାରେ ଦୁବାଇ ସହ ସଂଯୋଗ ରହିଛି । ସୁଶାନ୍ତ ମାମଲାରେ ଅଣ୍ଡରୱାର୍ଲଡ଼ ସମ୍ପୃକ୍ତି ଅସ୍ବୀକାର କରାଯାଇ ପାରବ ନାହିଁ । ଅଣ୍ଡରୱାର୍ଲଡ଼ ଅପରାଧୀମାନେ ବଡ଼ ସତର୍କତାର ସହ ନିଜ କାମକୁ ଶେଷ କରିଥାଆନ୍ତି । ସେମାନଙ୍କ ଆଡ଼କୁ ଯେପରି ଧ୍ୟାନ ଆକର୍ଷଣ କରାଯାଇ ନ ପାରିବ ସେଥିପ୍ରତି ସେମାନେ ସତର୍କ ଥାଆନ୍ତି । ଏହି ଘଟଣାରେ ସୁଶାନ୍ତଙ୍କ ଘରୋଇ କର୍ମଚାରୀଙ୍କ ଭୂମିକା ଥିବାକୁ ଅସ୍ବୀକାର କରାଯାଇ ନ ପାରେ। ଶ୍ରୀ ସୁଦ୍ କହିଛନ୍ତି ଯେ ହୁଏତ ସୁଶାନ୍ତଙ୍କ ଷ୍ଟାଫ୍ ମାନଙ୍କୁ ବିପୁଳ ଅର୍ଥ ଦିଆଯାଇ ଖରିଦ କରାଯାଇଥାଇପାରେ ବା ସେମାନଙ୍କ ଜରିଆରେ ଅପରାଧ ଘଟାଯାଇପାରେ । ସୁଶାନ୍ତଙ୍କ ଖାତାରୁ ଅନ୍ୟତ୍ର ଟଙ୍କା ଟ୍ରାନ୍ସଫର ପ୍ରସଙ୍ଗରେ କହିଛନ୍ତି ଯେ ମୂଳ ଘଟଣାରୁ ଧ୍ୟାନ ହଟାଇବା ପାଇଁ ଏପରି କରାଯାଇଥାଇପାରେ ବୋଲି ଶ୍ରୀ ସୁଦ୍ କହିଛନ୍ତି ।

Comments are closed.