ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣା : ନୂଆ ଫରେନସିକ୍ ଟିମ୍ ଗଠନ ପାଇଁ ଅନୁରୋଧ

ପାଟନା : ବଲିଉଡ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ଦିଲ୍ଲୀ ଏମ୍ସର ଫରେନସିକ୍ ଟିମ୍ ରିପୋର୍ଟ ଦେବା ପରେ ବିବାଦର ଅନ୍ତ ହେବା ପରିବର୍ତ୍ତେ ନୂଆ ମୋଡ ନେବାକୁ ଯାଉଛି।
ରବିବାର ସୁଶାନ୍ତ ସିଂହଙ୍କ ପରିବାରର ଓକିଲ ବିକାଶ ସିଂହ କହିଛନ୍ତି ଯେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୁନର୍ବାର ଯାଞ୍ଚ ନିମନ୍ତେ ନୂଆ ଫରେନସିକ୍ ଟିମ୍ ଗଠନ କରିବାକୁ ସିବିଆଇକୁ ଅନୁରୋଧ କରାଯିବ। ବିକାଶ ସିଂହ କହିଛନ୍ତି ଯେ ଶବକୁ ନ ଦେଖି ଏମ୍ସର ଫରେନସିକ୍ ଟିମ୍ କିପରି ଚୂଡାନ୍ତ ରିପୋର୍ଟ ପ୍ରଦାନ କଲା ପ୍ରଶ୍ନବାଚୀ ସୃଷ୍ଟି କରିଛି। କୁପର ହସ୍ପିଟାଲ ତରବରିଆ ଭାବେ ସୁଶାନ୍ତଙ୍କ ଶବକୁ ବ୍ୟବଚ୍ଛେଦ କରିଥିଲା। ଏପରିକି ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର ସମୟ ଉଲ୍ଲେଖ କରାଯାଇ ନଥିଲା। ତେଣୁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୁନର୍ବାର ଯାଞ୍ଚ ନିମନ୍ତେ ନୂଆ ଫରେନସିକ୍ ଟିମ୍ ଗଠନ ନିମନ୍ତେ ସିବିଆଇ ନିର୍ଦେଶକଙ୍କୁ ଅନୁରୋଧ କରାଯିବ ବୋଲି ବିକାଶ ସିଂହ କହିଛନ୍ତି।