ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ଘରେ ଏନସିବିର ରେଡ୍

ମୁମ୍ବଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଶୁକ୍ରବାର ସକାଳୁ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଘରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ରେଡ଼୍ କରିଛି। ଡ୍ରଗ୍ସ ଲିଙ୍କ୍‌ ଅଭିଯୋଗରେ ମୁମ୍ବଇ ପୁଲିସ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଟିମ୍ ମିଳିତ ଚଢ଼ାଉ କରିଥିବା ଜଣାପଡ଼ିଛି। ସୁଶାନ୍ତଙ୍କ ସହଯୋଗୀ ସାମୁଏଲ୍ ମିରାଣ୍ଡାଙ୍କ ଘରେ ବି ଚଢ଼ାଉ ଜାରି ରହିଛି।

ରିୟା ଓ ତାଙ୍କ ଭାଇ ଶୌଭିକ ମଧ୍ୟରେ ଡ୍ରଗ୍ସକୁ ନେଇ ହୋଇଥିବା କଥାବାର୍ତା ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏହା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଏନସିବି । ସେପଟେ ଦୁଇ ଜଣ ଡ୍ରଗ୍ସ ପେଡଲରଙ୍କୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗିରଫ କରିଛି।

Comments are closed.