ଡ୍ରଗ୍ସ ମାମଲାରେ ‘ଏସ୍-ଆର୍-ଏ’ଙ୍କ ସମ୍ପୃକ୍ତି

ମୁମ୍ବଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡ଼ିତ ଡ୍ରଗ୍ସ ରାକେଟରେ ଏନସିବି (ନାରକୋଟିକ୍‌‌ସ କ​‌େ​‌ଣ୍ଟ୍ରାଲ ବ୍ୟୁରୋ) ପ୍ରତିଦିନ ନୂଆ ନୂଆ ଗୁମର ଖୋଲୁଛି। ଏହି କ୍ରମରେ, ବର୍ତ୍ତମାନ ତିନିଜଣ ବଡ ଅଭିନେତାଙ୍କ ନାମ ବାହାରକୁ ଆସୁଛି। ଏହି ତିନି ଅଭିନେତାଙ୍କ ନାମ ଯଥାକ୍ରମେ ‘ଏସ’, ‘ଆର୍’ ଏବଂ ‘ଏ’ ରୁ ଆରମ୍ଭ ବୋଲି କୁହାଯାଉଛି ଏବଂ ଖୁବ୍ ଶୀଘ୍ର ଏନସିବି ଏହି ତିନି କଳାକାରଙ୍କୁ ଡକାଇବା ଜେରା କରିପାରେ। ସୂଚନା ଅନୁଯାୟୀ, ଏହି ମାମଲାର ଅନୁସନ୍ଧାନ ପାଇଁ ଏନସିବି ଅହମ୍ମଦାବାଦ, ଇନ୍ଦୋର, ଚେନ୍ନାଇ ଏବଂ ବେଙ୍ଗାଲୁରୁ ଅାଦି ବିଭିନ୍ନ ସହରରୁ ଅତିରିକ୍ତ ଟିମ୍‌କୁ ଆଣି ତଦନ୍ତ କରିବାକୁ ଯାଉଛି। ଏନସିବି ଏହି ତିନି ବଡ କଳାକାରଙ୍କ ଫୋନ୍‌କୁ ନଜରରେ ରଖିଛନ୍ତି। ଏନସିବି ବର୍ତ୍ତମାନ ଏହି ତିନିଜଣଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରୁଛି। ପ୍ରମାଣ ମିଳିବା ମାତ୍ରେ ସମସ୍ତ ତିନିଜଣଙ୍କୁ ପଚରାଉଚରା ପାଇଁ ଡକାଯାଇପାରିବ । ପୂର୍ବରୁ ଦୀପିକା, ସାରା ଅଲ୍ଲୀ ଖାଁ, ଶ୍ରଦ୍ଧା କପୁର ଓ ରାକୁଲପ୍ରୀତ ସିଂହଙ୍କ ମୋବାଇଲ ଏନସିବି ଜବତ କରିଥିଲା।

Comments are closed.