ସୁଶାନ୍ତଙ୍କ ଭାଗ୍ୟ ପରିବର୍ତ୍ତନ

0

ଏଇ କିଛିଦିନ ତଳର ଘଟଣା। ସୁଶାନ୍ତ ସିଂ ରାଜପୁତ୍‌ଙ୍କର କ୍ୟାରିୟର ଶେଷ ହେବାକୁ ଯାଉଛି ବୋଲି ସମୀକ୍ଷକ ମହଲରେ ଆଲୋଚନା ଆରମ୍ଭ ହୋଇଥିଲା। ଏଇ ଯୁବ ଅଭିନେତା ମଧ୍ୟ ଖୁବ୍ ମାନସିକ ଚାପରେ ଥିଲେ। ହଠାତ୍ କିନ୍ତୁ ଯେପରି ଭାଗ୍ୟଦେବୀ ତାଙ୍କ ଉପରେ ପ୍ରସନ୍ନ ହେବା ସହ ସବୁକିଛି ଠିକ୍ ହେବାକୁ ଯାଉଛି। ବିବାଦରେ ଥିବା ଚଳଚ୍ଚିତ୍ର ‘କେଦାରନାଥ’ ଡିସେମ୍ବର ୭ରେ ମୁକ୍ତିଲାଭ କରିବ ବୋଲି ପ୍ରକାଶ। ଅନ୍ୟପାଖେ ନିର୍ଦେଶକ ମୁକେଶ ଛାବଡ଼ାଙ୍କ ଚଳଚ୍ଚିତ୍ର ‘କେଜି ଔର ମନି’ ସୁଟିଂ ଅଧାରୁ ବନ୍ଦ ହୋଇଥିଲା। ତାହାର ସୁଟିଂ ଡିସେମ୍ବର ମଧ୍ୟଭାଗରେ ଆରମ୍ଭ ହେବ ବୋଲି ସ୍ପଷ୍ଟ ହୋଇସାରିଛି। ବିଗ୍ ବଜେଟ୍‌ର ଚଳଚ୍ଚିତ୍ର ‘ଚନ୍ଦା ମାମା ଦୂର କେ’ର ନିର୍ମାଣ ବନ୍ଦ ହେବାର ଖବର ମଧ୍ୟ ନିର୍ମାତାଙ୍କ ତରଫରୁ ଜଣାପଡ଼ିଥିଲା। ଏବେ କିନ୍ତୁ ଅନ୍ୟ ଏକ କର୍ପୋରେଟ୍ ସଂସ୍ଥା ଏଇ ଚଳଚ୍ଚିତ୍ର କାମ ଆରମ୍ଭ କରିବାର ଦାୟିତ୍ବ ନେଇଛି। ସୁଶାନ୍ତ ବର୍ତ୍ତମାନ ପର୍ୟ୍ୟନ୍ତ ଗଣମାଧ୍ୟମକୁ ଏସବୁ ଖବର ଜଣାଇନାହାନ୍ତି, କିନ୍ତୁ ତାଙ୍କ ପ୍ରସ୍ତୁତି ଆରମ୍ଭ କରିସାରିଲେଣି।

Leave A Reply