ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ନିର୍ବାଚିତ

ଭୁବନେଶ୍ଵର: ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ଶନିବାର ବିଧାନସଭାରେ ବାଚସ୍ପତି ନିର୍ବାଚନ ହୋଇଥିଲା। ବିଜେଡି ପକ୍ଷରୁ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ପ୍ରାର୍ଥୀ କରାଯିବା ସହ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଆଗତ କରିଥିଲା। ସଂସଦୀୟ ମନ୍ତ୍ରୀ ବିକ୍ରମ ଆରୁଖ ପ୍ରସ୍ତାବକୁ ସମର୍ଥନ କରିଥିଲେ। କଂଗ୍ରେସ ଏବଂ ବିଜେପି ପକ୍ଷରୁ ପ୍ରାର୍ଥୀ ଦିଆଯାଇ ନ ଥିଲା। ବିଧାନସଭାରେ ବିଜେଡିର ସଂଖ୍ୟାଗରିଷ୍ଠ ସଦସ୍ୟ ଥିବାରୁ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଦେଇ ନ ଥିଲେ। ଫଳରେ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ। କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ବାଚସ୍ପତି ଭାବେ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ନିର୍ବାଚିତ କରାଇଥିଲେ। ସୂଚନାଯୋଗ୍ୟ, ସୂର୍ଯ୍ୟ ନାରାୟଣ ପାତ୍ର ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ମୋହନାରୁ ୪ଥର ଏବଂ ଦିଗପହଣ୍ଡିରୁ ୩ଥର ନିର୍ବାଚିତ ହୋଇଛନ୍ତି।

Comments are closed.